28 February 2017
1:35:09 PM
Sambad News
ମହାନଗର

ପାର୍କ ନିକଟରୁ ମିଳିଲା ଆଉ ୩ ମଲା କାଉ

ଏଯାଏ ଆସିଲାନି ପକ୍ଷୀ ନମୁନା ପରୀକ୍ଷା ରିପୋର୍ଟ

By Sambad | Date: Jan 12 2017 3:32AM
ପାର୍କ ନିକଟରୁ ମିଳିଲା ଆଉ ୩ ମଲା କାଉ
Photo by : .puertoplatadigital.com

ଭୁବନେଶ୍ୱର : ଗୋଟିଏ ଦିନ ପକ୍ଷୀ ମଡ଼କ ଥମିବା ପରେ ଆଜି ରାଜଧାନୀରେ ପୁଣିଥରେ ମଲା କାଉ  ଦେଖିବାକୁ ମିଳିଛି। ୟୁନିଟ୍‌ ୩ ଅଞ୍ଚଳରେ ଏକ ପାର୍କ ନିକଟରୁ ୩ଟି ମଲା କାଉଙ୍କୁ ଠାବ କରାଯାଇଛି। ଏହାକୁ ମିଶାଇ ରାଜଧାନୀରେ ମଲା କାଉ ସଂଖ୍ୟା ୫୩କୁ ଛୁଇଁଛି। ଅପରପକ୍ଷରେ ବାର୍ଡ ଫ୍ଲୁ ପାଇଁ ରାଜଧାନୀରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଭୋପାଳରୁ ମୃତ ପକ୍ଷୀଙ୍କ ନମୁନାର ପରୀକ୍ଷା ରିପୋର୍ଟ ଆସି ନ ଥିବାରୁ ବାର୍ଡ ଫ୍ଲୁକୁ ନେଇ ସନ୍ଦେହ ଜାରି ରହିଛି।
 
ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ୍‌ ୩ ଅଞ୍ଚଳରେ ଥିବା ଏକ ପାର୍କ ନିକଟରୁ ଆଜି ୩ଟି ମଲା କାଉକୁ ଉଦ୍ଧାର କରାଯାଇଛି। ବାର୍ଡ ଫ୍ଲୁ ପାଇଁ ଗଠିତ ହୋଇଥିବା ସ୍ୱତନ୍ତ୍ର ଟିମ୍‌ କାଉକୁ ପୋଡ଼ି ଦେଇଛି। ସେହିପରି ଗାଡ଼କଣ, ଭୋଇସାହି, ଟବର ସାହି, ହାତିଆଶୁଣୀ ବସ୍ତି, ରାମେଶ୍ୱର ପଲ୍ଲୀ, ଇଡ୍‌କୋ ସାହି ଓ ବୁଦ୍ଧେଶ୍ୱରୀ କଲୋନିରେ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତିଷେଧକ ଟୀକା ଦିଆଯାଇଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ବଳରାମ ସାହୁ କହିଛନ୍ତି।