22 February 2017
9:20:24 AM
Sambad News
ମହାନଗର

ଭାର୍‌ ଇଣ୍ଡିଆ ଜାତୀୟ କର୍ପୋରେଟ୍‌ କ୍ରୀଡ଼ା ୧୪ରୁ

By Sambad | Date: Jan 12 2017 3:45AM
ଭାର୍‌ ଇଣ୍ଡିଆ ଜାତୀୟ କର୍ପୋରେଟ୍‌ କ୍ରୀଡ଼ା ୧୪ରୁ
Photo by : nepaliheadlines.com

ଭୁବନେଶ୍ୱର : ଭାର୍‌ ଇଣ୍ଡିଆ ପକ୍ଷରୁ ଆସନ୍ତା ୧୪ ତାରିଖଠାରୁ ଭୁବନେଶ୍ୱରରେ ଜାତୀୟସ୍ତରୀୟ କର୍ପୋରେଟ୍‌ କ୍ରୀଡ଼ା ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମାଧ୍ୟମରେ ଆଇଟି କମ୍ପାନିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଲୁକ୍କାୟୀତ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
 
ଜାନୁଆରି ୧୪, ୧୫, ୨୧ ଏବଂ ୨୨ ତାରିଖରେ ଭାର୍‌ ଇଣ୍ଡିଆ ଆଇଟି କପ୍‌ ଅନୁଷ୍ଠିତ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ପଡ଼ିଆ ଏବଂ ବାଣୀବିହାରସ୍ଥିତ ବିଜୁ ପଟ୍ଟନାୟକ କ୍ରୀଡ଼ା କମ୍ପଲେକ୍ସରେ ପ୍ରତିଯୋଗିତା କରାଯିବ। ବିଜେତା ଦଳଙ୍କୁ ଜାନୁଆରି ୨୪ ତାରିଖରେ ହୋଟେଲ୍‌ ମେ’ ଫେୟାରରେ ଆୟୋଜିତ ହେବାକୁ ଥିବା ଓଆଇଟିଏଫ୍‌ ବାର୍ଷିକ ଆଇଟି ସମ୍ମିଳନୀରେ ଅର୍ଥ ଏବଂ ଟ୍ରଫି ପ୍ରଦାନ କରାଯିବ। ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ(ଏସଟିପିଆଇ) ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର(ଓକାକ୍‌)ର ମିଳିତ ସହଯୋଗରେ ଆୟୋଜିତ ଏହି କ୍ରୀଡ଼ାରେ ୨୦ଟି ଆଇଟି କର୍ପୋରେଟ୍‌ ଅଂଶଗ୍ରହଣ କରିବେ। ଏହାର ୬ଷ୍ଠ ତମ ସଂସ୍କରଣରେ ୧୬ଟି କମ୍ପାନି ଅଂଶଗ୍ରହଣ କରିଥିଲେ ବୋଲି ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାର୍‌ ଇଣ୍ଡିଆ ଇଭେଣ୍ଟ ଏବଂ ସ୍ପେଟସ୍‌ର ପରିଚାଳନା କମିଟି ଅଧ୍ୟକ୍ଷ ଅଶୋକ କୁମାର ମହାପାତ୍ର କହିଛନ୍ତି।