21 January 2017
3:36:42 AM
image
Sambad News
ମହାନଗର

୧୫ରେ ସ୍ୱତନ୍ତ୍ର ପିଲାଙ୍କ ପାଇଁ ମୌନ ଦିବସ

By Sambad | Date: Jan 12 2017 3:49AM
୧୫ରେ ସ୍ୱତନ୍ତ୍ର ପିଲାଙ୍କ ପାଇଁ ମୌନ ଦିବସ
Photo by : clipart-library.com

ଭୁବନେଶ୍ୱର : କଥା କହିବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ଯେଉଁମାନେ କଥା କହିପାରନ୍ତି ନାହିଁ। ଅନ୍ୟମାନଙ୍କ ଆଗରେ ନିଜର ସ୍ୱରକୁ ଶୁଣାଇ ପାରନ୍ତି ନାହିଁ। ସେମାନଙ୍କ ପାଇଁ ସମୟ ଦେବାକୁ ଅନୁରୋଧ କରିଛି ‘ଉଡ୍‌ ଆପେଲ୍‌’। ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ଲାଗି ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ପରିସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ପିଲାଙ୍କୁ ଶିକ୍ଷା ଦେଉଥିବା ଏହି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୧୫ ତାରିଖରେ ଏଭଳି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 
 
ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ‘ମୌନ ଦିବସ’ ପାଳନ କରାଯିବ। ଏଥିରେ ପିଲାଙ୍କଠାରୁ ବୟସ୍କ ଲୋକେ ସାମିଲ ହୋଇପାରିବେ। ଭାଗନେବା ପାଇଁ କୌଣସି ବୟସ ସୀମା ରହି ନାହିଁ କି କିଛି ଫି’ ଦେବାକୁ ପଡ଼ିବ ନାହିଁ। କେବଳ ନାମ ପଞ୍ଜୀକରଣ କରିବାକୁ ହେବ। କାର୍ଯ୍ୟକ୍ରମ ପୂର୍ବରୁ ଜନସାଧରଣ ‘sainiketanbbsr@gmail.com’ ଏବଂ ଫୋନ୍‌ ନମ୍ବର-୮୭୬୩୪୧୮୯୯୬ ଏବଂ ୯୨୩୮୩୦୦୪୦୩ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।