21 January 2017
4:11:56 PM
image
Sambad News
ମହାନଗର

ବିଜ୍ଞାନମେଳା ଓ ହସ୍ତକର୍ମ ପ୍ରଦର୍ଶନୀ

By Sambad | Date: Jan 12 2017 3:54AM
ବିଜ୍ଞାନମେଳା ଓ ହସ୍ତକର୍ମ ପ୍ରଦର୍ଶନୀ
Photo by : googleusercontent.com

ଚନ୍ଦ୍ରଶେଖରପୁର : ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ୨୪ତମ ବିଜ୍ଞାନମେଳା ଓ ହସ୍ତକର୍ମ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ନାଲକୋ ମହିଳା ସମିତି ଉପାଧ୍ୟକ୍ଷା ପୁନମ ଠାକୁର ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟ ସଭାପତି ମଦନ ମୋହନ ଧଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅକ୍ଷୟ ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଦର୍ଶନୀରେ ୮୦ଟି ବିଜ୍ଞାନ ବିଭାଗ ଓ ୭୦ଟି ହସ୍ତକର୍ମ ବିଭାଗରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ଗଙ୍ଗାଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।