27 March 2017
12:16:10 AM
Sambad News
ମହାନଗର

ଉତ୍କଳ କେମିଷ୍ଟ୍‍ ଆଣ୍ଡ୍‌ ଡ୍ରଗିଷ୍ଟ୍‍ ଆସୋସିଏସନ୍‌ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

By Sambad | Date: Jan 12 2017 4:05AM
ଉତ୍କଳ କେମିଷ୍ଟ୍‍ ଆଣ୍ଡ୍‌ ଡ୍ରଗିଷ୍ଟ୍‍ ଆସୋସିଏସନ୍‌ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଉତ୍କଳ କେମିଷ୍ଟ୍‍ ଆଣ୍ଡ୍‌ ଡ୍ରଗିଷ୍ଟ୍‍ ଆସୋସିଏସନ୍‌ର  ୨୦୧୩-୧୬ ଅବଧିର ଶେଷ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ମେ’ ଫେୟାର୍‌ ଲାଗୁନ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଣତାନ୍ତ୍ରିକ ପଦ୍ଧତିରେ ୨୦୧୬-୧୯ ଅବଧି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପି ସତ୍ୟନାରାୟଣ ଓ ପ୍ରଶାନ୍ତ କୁମାର ଜେନା ଯଥାକ୍ରମେ ସଭାପତି ଓ ସାଧାରଣ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। 

 
ଏହି ନିର୍ବାଚନ ଫଳାଫଳକୁ ବିଧିବଦ୍ଧ ଭାବେ ଭୁବନେଶ୍ୱର କ୍ଲବ୍‌ ପ୍ରାଙ୍ଗଣରେ ହୋଇଥିବା ସଂଘର ସାଧାରଣ ସଭାରେ ଘୋଷଣା କରାଯାଇଛି। ଦୁଇ ପଦାଧିକାରୀ ଏବଂ ତାଙ୍କ ଦ୍ୱାରା ମନୋନୀତ କୋଷାଧ୍ୟକ୍ଷ ଦେବଦତ୍ତ ଦାସଙ୍କ ସହ ଅନେକ ସଭ୍ୟଙ୍କ ଗହଣରେ ଇଲେକ୍‌ସନ୍‌ ଅଫିସର୍‌ ଏବଂ ସାଧାରଣ ସମ୍ପାଦକଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସଭାରେ ସର୍ବଭାରତୀୟ ସଂଘର ସାଧାରଣ ସମ୍ପାଦକ ସୁରେଶ ଗୁପ୍ତାଙ୍କ ସହ ଭାରତୀୟ ଏବଂ ଅନ୍ୟ ରାଜ୍ୟର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।