24 September 2017
10:56:18 PM
Sambad News
ମହାନଗର

ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ଆହ୍ଵାନ

ଜାତୀୟ ଉଦ୍ୟାନ କୃଷି ମିସନ ପରାମର୍ଶ କର୍ମଶାଳା

By Sambad | Date: Jan 12 2017 4:07AM
ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ଆହ୍ଵାନ

ଭୁବନେଶ୍ୱର : ଓଡ଼ିଶା ଉଦ୍ୟାନ କୃଷି ଉନ୍ନୟନ ପରିଷଦ ଓ ଉଦ୍ୟାନ କୃଷି ନିର୍ଦେଶାଳୟ ଆନୁକୂଲ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜାତୀୟ ଉଦ୍ୟାନ କୃଷି ମିସନ୍‌ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ କର୍ମଶାଳାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ମନୋଜ ଆହୁଜା ଉଦ୍‌ଘାଟନ କରି ଚାଷୀର ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ବୃଦ୍ଧି ସହ ଆସନ୍ତା ୫ ବର୍ଷରେ ଚାଷୀଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବାକୁ ଆହ୍ଵାନ ଦେଇଥିଲେ।
 
ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀକାନ୍ତ ପୃଷ୍ଟି ଯୋଗଦେଇ ଫଳ ଚାରା ନର୍ସରି ପ୍ରତିଷ୍ଠା, ନୂତନ ଫଳଫୁଲ ବଗିଚା ସୃଷ୍ଟି, ଛତୁ ଚାଷ, ମହୁ ଚାଷ, ସୁରକ୍ଷିତ ଚାଷ ପଦ୍ଧତି, କୃଷକଙ୍କ ଲାଗି ତାଲିମ କାର୍ଯ୍ୟକ୍ରମ କରାଯାଇ ଆର୍ଥିକ ମାନଦଣ୍ଡ ଉନ୍ନତି କରାଯାଇଛି ବୋଲି କହିଥିଲେ। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ଲାଗି ଆବଶ୍ୟକତା ଅନୁଯାୟୀ କିସମ ବାହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କର୍ମଶାଳାରେ ରାଜ୍ୟର ସମସ୍ତ ଉଦ୍ୟାନ କୃଷି ନିର୍ଦେଶକ, ଓୟୁଏଟିର ବିଭାଗୀୟ ମୁଖ୍ୟ, ଜାତୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ, ଅବସରପ୍ରାପ୍ତ ଉଦ୍ୟାନ କୃଷି ନିର୍ଦେଶକ ଓ ଚାଷୀମାନେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଉଦ୍ୟାନ କୃଷିଭିତ୍ତିକ ଫସଲ ଉତ୍ପାଦନ, ବିକ୍ରିବଟା, ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ଲାଗି ଖସଡ଼ା ପ୍ରସ୍ତୁତ ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।

image