25 March 2017
3:24:40 AM
Sambad News
ମହାନଗର

କାବ୍ୟଲୋକର ୧୧ ବହି ଲୋକାର୍ପିତ

By Sambad | Date: Jan 12 2017 4:08AM
କାବ୍ୟଲୋକର ୧୧ ବହି ଲୋକାର୍ପିତ

ରାଜଧାନୀ ପୁସ୍ତକ ମେଳା ମଞ୍ଚରେ ଆଜି ‘କାବ୍ୟଲୋକ’ ପକ୍ଷରୁ ୧୧ଟି ପୁସ୍ତକ ଉନ୍ମୋଚିତ ହୋଇଛି। କବି ଗିରିଜା ଶଙ୍କର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ‘ସମ୍ବାଦ’ର ଫିଚର୍‌ ସମ୍ପାଦକ ଗୌରହରି ଦାସ, କବି ତଥା ପ୍ରଶାସକ ରତ୍ନାକର ରାଉତ, କବି ଡ. ପଞ୍ଚାନନ ମିଶ୍ର, ଡ. ରଜନୀ ରଂଜନ, କବି ଡ. ବିଜୟ କୁମାର ମହାନ୍ତି, ଡ. ପ୍ରଦୀପ କୁମାର ବାରିକ, କବି ବିପିନ ମହାନ୍ତି ପ୍ରମୁଖ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ଶ୍ରୀ ଦାସ ପୁସ୍ତକକୁ ଲୋକାର୍ପଣ କରି କହିଲେ, ସାହିତ୍ୟ ଦୁଇ ପ୍ରକାରର। ଗୋଟିଏ ଆଇନା ଭଳି ଆଉ ଗୋଟିଏ ସ୍ୱଚ୍ଛ କାଚ ଭଳି। ଆଇନାରେ କେବଳ ନିଜକୁ ଦେଖିହେବା ଭଳି ସେହି ଧରଣର ସାହିତ୍ୟରେ କେବଳ ନିଜ କଥା ଥାଏ। ମାତ୍ର ସ୍ୱଚ୍ଛ କାଚ ଭଳି ସାହିତ୍ୟରେ ଅବଶିଷ୍ଟ ପୃଥିବୀ ଦିଶେ। ତେଣୁ ଏହି ଧରଣର ସାହିତ୍ୟ ଲେଖାଯିବା ଆବଶ୍ୟକ ବୋଲି ସେ କହିଥିଲେ।
 
ଏହି ଅବସରରେ ଇଂ ଆଶୁତୋଷ ଧଳଙ୍କ ଗଳ୍ପ ପୁସ୍ତକ ପୂଜନୀୟ ବାପା ଓ  ନିରୁ ଦିଦି, କବି ଦେବେନ୍ଦ୍ର କୁମାର ବେଉରାଙ୍କ କବିତା ପୁସ୍ତକ ସ୍ୱପ୍ନଦର୍ଶୀର ପୃଥିବୀ, ଡ. ଶଶାଙ୍କ ଶେଖର ସାମଲଙ୍କ ସ୍ୱାଗତିକା, ସମୀକ୍ଷା, ବିଶ୍ୱଶାନ୍ତି, ହରିଶ ଚନ୍ଦ୍ର ପୃଷ୍ଟିଙ୍କ ପ୍ରବନ୍ଧ ପୁସ୍ତକ ‘ମଣିଷ ଜିନ୍‌ରେ ଭଗବାନଙ୍କ ଡିଏନ୍‌ଏ’, ମନ୍ମଥ କୁମାର ପଟ୍ଟନାୟକଙ୍କ କବିତା ପୁସ୍ତକ ‘ଶୂନ୍ୟମନ’, ଇଂ ସୁଧାଂଶୁ ଶେଖର ନାୟକଙ୍କ ନାଟକ ‘ଚାଲ ଫେରିଯିବା ଗାଁ’କୁ’, ପ୍ରତିମାରାଣୀ ମିଶ୍ରଙ୍କ ଶିଶୁ ଗଳ୍ପ ସଂକଳନ ‘ଅଜାଙ୍କ ସ୍ୱପ୍ନ’ ଓ ‘ମିଠା କଥା ଭାରି ମିଠା’ ପୁସ୍ତକ ଲୋକାର୍ପିତ ହୋଇଥିଲା। କାବ୍ୟଲୋକର ସଂପାଦକ କବି ଭିକାରୀ ଧଳ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ।