21 January 2017
5:40:37 AM
image
Sambad News
ମହାନଗର

ଶିଶିର ସରସରେ ୩ କୋଟି ୫ଲକ୍ଷ ଟଙ୍କାର ବିକ୍ରିବଟା

By Sambad | Date: Jan 12 2017 4:09AM
ଶିଶିର ସରସରେ ୩ କୋଟି ୫ଲକ୍ଷ ଟଙ୍କାର ବିକ୍ରିବଟା

ଶିଶିର ସରସ ମେଳା ସପ୍ତମ ଦିନରେ ପଦାର୍ପଣ କରିଥିବା ବେଳେ ୬ଦିନରେ ବିକ୍ରିବଟା ୩ କୋଟି ୪ ଲକ୍ଷ ୯୦ହଜାର ୧୮୭ଟଙ୍କା ହୋଇଛି। ମେଳାରେ ୨୫ଟି ରାଜ୍ୟରୁ ୩୭୫ ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିବା ବେଳେ ୮୦୧ ଜଣ ସଦସ୍ୟ ଅଂଶଗ୍ରହଣ କରି ସ୍ୱନିର୍ମିତ ଜିନିଷର ବିକ୍ରିବଟା କରୁଛନ୍ତି। ମେଳା ସରିବାକୁ ଆଉ ୪ ଦିନ ବାକି ଥିବା ବେଳେ ପ୍ରତିଦିନ ବିକ୍ରି ପୂର୍ବଦିନକୁ ଅତିକ୍ରମ କରୁଛି। ତେବେ ଗତ ରବିବାର କେବଳ ସର୍ବାଧିକ ୯୩ ଲକ୍ଷ ୫୦ହଜାର ୮୭୫ ଟଙ୍କା ବିକ୍ରି ହୋଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ପୂର୍ବ ବର୍ଷ ୧୧.୪୪ କୋଟି ବିକ୍ରି ହୋଇଥିବା ବେଳେ ଏଥର ଏହାକୁ ଛୁଇଁବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।