26 June 2017
3:48:10 AM
Sambad News
ମହାନଗର

ବିଜେବି କନିଷ୍ଠ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରତିଯୋଗିତା

By Sambad | Date: Jan 12 2017 4:29AM
ବିଜେବି କନିଷ୍ଠ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରତିଯୋଗିତା

ଭୁବନେଶ୍ୱର : ବିଜୁ ଜନ୍ମଶତବାର୍ଷିକୀ ଉପଲକ୍ଷେ ଛାତ୍ରୀଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ପ୍ରତିଯୋଗିତା ବିଜେବି କନିଷ୍ଠ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିବା ଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ  ବିଷ୍ଣୁ ଚରଣ ଦାସ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଜିର ପରିସ୍ଥିତିରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷାର ଉପଯୋଗିତା ଉପରେ ସେ ବକ୍ତବ୍ୟ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଆତ୍ମରକ୍ଷା ତାଲିମ କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପିକା ନିରୁପମା ସ୍ୱାଇଁଙ୍କର ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁକାନ୍ତ ବଳ ଓ ଅଧ୍ୟାପିକା ବିମଳା କୁଜୁର ପରିଚାଳନା କରିଥିଲେ।