21 January 2017
5:33:32 AM
image
Sambad News
ମହାନଗର

କେୟାର ହସ୍‌ପିଟାଲ୍‌ର ନିଶୁଳ୍କ ସ୍ୱାସ୍ଥ୍ୟ ସେବା

By Sambad | Date: Jan 12 2017 4:30AM
କେୟାର ହସ୍‌ପିଟାଲ୍‌ର ନିଶୁଳ୍କ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର : ଭୁବନେଶ୍ୱର ପ୍ରାଚୀ ଏନ୍‌କ୍ଲେଭ୍‌ ପଟିଆସ୍ଥିତ କେୟାର ହସ୍‌ପିଟାଲ୍‌ ତରଫରୁ ମୟୂରଭଞ୍ଜ ଉତ୍ସବରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବାର ନିଦାନ ଏବଂ ନିରାକରଣ କରାଯାଇଥିଲା। ଏଥିରେ ହସ୍‌ପିଟାଲ୍‌ ତରଫରୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ତଥା ଇସିଜି, ବ୍ଲଡ୍‌ ସୁଗାର (ଆର୍‌ବିଏସ୍‌), ଉଚ୍ଚତା, ଓଜନ ଏବଂ ବିଏମ୍‌ଆଇ, ରକ୍ତଚାପ, ଓବେସିଟି ସ୍କ୍ରିନିଂ ଟେଷ୍ଟ୍‍ ସାଙ୍ଗକୁ ବରିଷ୍ଠ ପାଲମୋନାରୀ ଏବଂ ସ୍ଲିପ୍‌ ମେଡିସିନ୍‌ ବିଶେଷଜ୍ଞ ଡ. ଦାମୋଦର ବିନ୍ଧାଣୀ, ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଡ. ପ୍ରଦ୍ୟୁତ ରଞ୍ଜନ ଭୂୟାଁଙ୍କ ତତ୍ତ୍ୱାବଧାନରେ ଉକ୍ତ ସ୍ୱାସ୍ଥ୍ୟ ଶିବିର ୩ ଦିନ ଧରି ବିଭିନ୍ନ ବ୍ୟକ୍ତିଙ୍କର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ହସ୍‌ପିଟାଲ୍‌ ତରଫରୁ ବରିଷ୍ଠ ଜନ ସମ୍ପର୍କ ଅଧିକାରୀ ଅକ୍ଷତ କୁମାର ଦାଶ ଉକ୍ତ ସ୍ୱାସ୍ଥ୍ୟ ସେବା ଶିବିର ଏବଂ ଆମ୍ବୁଲାନ୍ସ ସେବା ପ୍ରଦାନର ତତ୍ତ୍ୱାବଧାନ କରିଥିଲେ।