30 March 2017
10:07:11 PM
Sambad News
ମହାନଗର

ଗୀତା ଜ୍ଞାନଯଜ୍ଞର ଦ୍ୱିତୀୟ ଦିବସ : ଗୀତା ଧର୍ମ ଗ୍ରନ୍ଥ ନୁହେଁ ,ଏକ ଜୀବନ ଗ୍ରନ୍ଥ

By Sambad | Date: Jan 12 2017 4:31AM
ଗୀତା ଜ୍ଞାନଯଜ୍ଞର ଦ୍ୱିତୀୟ ଦିବସ  : ଗୀତା ଧର୍ମ ଗ୍ରନ୍ଥ ନୁହେଁ ,ଏକ ଜୀବନ ଗ୍ରନ୍ଥ

ଭୁବନେଶ୍ୱର : ଭାରତର ଆତ୍ମା ଗୀତା। ଜୀବନର ସମସ୍ତ ସମସ୍ୟାର ସମାଧାନ ଗୀତାରେ ଅଛି। ଗୀତା ଏକ ଧର୍ମ ଗ୍ରନ୍ଥ ନୁହେଁ, ଏକ ଜୀବନ ଗ୍ରନ୍ଥ। ଏହା କହିଛନ୍ତି ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ। ପ୍ରଜ୍ଞାନ ମିଶନ ପକ୍ଷରୁ ରାଷ୍ଟ୍ରଭାଷା ପ୍ରଚାର ସମିତି ପଡ଼ିଆରେ ଆୟୋଜିତ ଗୀତା ଜ୍ଞାନଯଜ୍ଞରେ ଶ୍ରୀ ପ୍ରଜ୍ଞାନାନନ୍ଦଜୀ କହିଲେ,  ଗୋମାତା, ଗଙ୍ଗାମାତା, ଗୀତା ମାତା ଓ  ଗାୟତ୍ରୀ ମନ୍ତ୍ର ଭାରତୀୟ ସଂସ୍କୃତିର ଚାରିଟି ସ୍ତମ୍ଭ ।  ଗୋ ସେବା କଲେ ପୃଥିବୀର ସେବା ହୁଏ। କାରଣ ଗୋ ମାତାର ଗୋବର, ମୂତ୍ର ହେଉଛି ମାଟିର ଆହାର। ସେହିପରି ଗଙ୍ଗାମାତାର ସେବା କରିବା ମାନେ ଏହାର ଜଳକୁ ପୁଷ୍ପ, ଫଳ ଓ ଚନ୍ଦନ ଆଦି ଫିଙ୍ଗିବା ନୁହେଁ। ଗଙ୍ଗା ହେଉଛି ସମସ୍ତ ନଦୀର ମୂଳ ଆଧାର। ତେଣୁ ନଦୀଗୁଡ଼ିକୁ ପରିଷ୍କାର ରଖିବା ଦରକାର।  ବର୍ତମାନ ସମୟ ଆସିଛି ଆମକୁ ଆମ ଆଚରଣ ସୁଧାରିବାକୁ ପଡ଼ିବ। ଲୋକଙ୍କୁ ସଚେତନ କରିବା ପାଇଁ ଏହି ଯଜ୍ଞର ଆୟୋଜନ କରାଯାଇଛି ବୋଲି  ସ୍ୱାମୀ ସମର୍ପଣାନନ୍ଦ କହିଛନ୍ତି।