30 April 2017
10:38:25 AM
image
Sambad News
ନବରଙ୍ଗପୁର

ଥିୟଡର ପବ୍ଲିକ ସ୍କୁଲରେ ଖ୍ରୀଷ୍ଟମାସ୍‌ ଉତ୍ସବ

By Sambad | Date: Dec 21 2016 5:33AM
ଥିୟଡର ପବ୍ଲିକ ସ୍କୁଲରେ ଖ୍ରୀଷ୍ଟମାସ୍‌ ଉତ୍ସବ

ନବରଙ୍ଗପୁର: ସ୍ଥାନୀୟ ଖ୍ରୀଷ୍ଟିଆନ ମେଡିକାଲ ସୋସାଇଟି ଦ୍ୱାରା ପରିଚାଳିତ ଥିୟଡର ପବ୍ଲିକ ସ୍କୁଲରେ ଆଜି ସଂଧ୍ୟାରେ ଖ୍ରୀଷ୍ଟମାସ ଉତ୍ସବ ପାଳନ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜେଇଏଲସି ଡିନ୍‌ ରେଭରାନ ଯୁଜେଶ୍ୱର ନାୟକ, ସମ୍ମାନୀତ ଅତିଥି ଭାବେ ରେଭରାନ୍‌ ତଥା ଆଂଚଳିକ ପାଷ୍ଟର ଅନନ୍ତ ପ୍ରସାଦ ଦାସ ବାଘ, ରେଭରାନ୍‌ ଏଲିଜାବେଥ୍‌ ବାଘ, ସିଜିପି ଉପସଭାପତି ସୁବର୍ଣ୍ଣଲତା ସୁନା, ସଂପାଦକ ଅମିତ ଦାନିୟାଲ, କୋଷାଧ୍ୟକ୍ଷ ତପନ କୁମାର ବାଘ ପ୍ରମୁଖ ଯୋଗଦେଇ ମାନବଧର୍ମ ଓ ମାନବ ସେବା ସମାଜର ଶ୍ରେଷ୍ଠ ସେବା ବୋଲି କହିଥିଲେ।

ପ୍ରଭୁ ଭାଇଚାରାର ସଂଦେଶ ଦେବା ସହ ମାନବିକତା ରଖି ଏକ ସୁସ୍ଥ ଓ ବିକଶିତ ସମାଜ ଗଠନ କରିବାକୁ ପରାମର୍ଶ ଦେଇଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଖ୍ରୀଷ୍ଟିଆନ ମେଡିକାଲ ସୋସାଇଟି ସଂପାଦକ ତଥା ଖ୍ରୀଷ୍ଟିଆନ ମେଡିକାଲ ଅଧୀକ୍ଷକ ଡା.ସନ୍ତୋଷ ନାଗ ଖ୍ରୀଷ୍ଟମାସ କେକ୍‌ କାଟିବା ସହ ସମସ୍ତଙ୍କୁ ବାଣ୍ଟିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ରଂଗାରଂଗ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରିଥିଲେ।

image