26 June 2017
12:38:26 AM
Sambad News
ରାଜ୍ୟ

ଭାଲୁ ଆକ୍ରମଣରେ ଜଣେ ଗୁୁରୁତର

By Sambad | Date: Dec 21 2016 10:41PM
ଭାଲୁ ଆକ୍ରମଣରେ ଜଣେ ଗୁୁରୁତର

ମଇଦଲପୁର : ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ଖଡକାପଦର ଗ୍ରାମର ଦାଉ ଜାନୀ(୩୫) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି।
 
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଦାଉ ଜାନୀ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ତେବେ ଏହି ସମୟରେ ଜଙ୍ଗଲ ଭିତରେ ହଠାତ୍‌ ଗୋଟିଏ ଭାଲୁ ଦାଉଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଦାଉଙ୍କ ଜଙ୍ଘ, ବେକ, ପିଠି ଓ ହାତରେ ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଅନ୍ୟପଟେ ଭାଲୁ ଆକ୍ରମଣ ପରେ ଦାଉ ପ୍ରାଣ ବିକଳରେ ଚିତ୍କାର କରିଥିଲେ। ଦାଉଙ୍କ ଚିତ୍କାର ଶୁଣି ଗାଁ ଲୋକେ ଜଙ୍ଗଲରେ ପହଞ୍ଚି ଦାଉଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ। ପରେ ଦାଉଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା।