01 March 2017
11:17:26 PM
Sambad News
ନବରଙ୍ଗପୁର

କ୍ୱାକ୍‌ ଦ୍ୱାରା ଚିକିତ୍ସା, ଶିଶୁ ଗୁରୁତର

By Sambad | Date: Dec 29 2016 10:41AM
କ୍ୱାକ୍‌ ଦ୍ୱାରା ଚିକିତ୍ସା, ଶିଶୁ ଗୁରୁତର

ନବରଙ୍ଗପୁର: ଅନ୍ଧ ବିଶ୍ୱାସର ବସବର୍ତ୍ତୀ ହୋଇ ଶିଶୁକୁ ଗୁଣିଆ ଏବଂ କ୍ୱାକଙ୍କ ହାତରେ ଚିକିତ୍ସା କରିବାରୁ ପରିସ୍ଥିତି ଜଟିଳ ହୋଇଛି। ଶିଶୁଟିର ଅବସ୍ଥା ଗୁରୁତର ଥିବା ବେଳେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ  ଏହି ଘଟଣା ଘଟିଛି। ପାପାଡାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତର କଣ୍ଟାଗାଁର ସୂଯ୍ୟର୍ ପରଜାଙ୍କ ପୁଅ ମଦନ ପରଜା ୨୦ଦିନ ହେବ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ।

ପରେ ପରିବାରବର୍ଗ ପ୍ରଥମେ ଗାଁ କ୍ୱାକ୍‌ ହାତରେ ଚିିକିତ୍ସା କରିଥିଲେ। ସେଥିରେ ସେ ସୁସ୍ଥ ନ ହେବାରୁ ଗୁଣିଆ ଡାକି ପୂଜାର୍ଚ୍ଚନା କରିଥିଲେ। ପୁଣି କ୍ୱାକ୍‌କୁ ଡାକି ଚିକିତ୍ସା କରାଉଥିଲେ। ହେଲେ ଏଥିରେ ଭଲ ହେବା ପରିବର୍ତ୍ତେ ପୁଅର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାକୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସଚେତନତା ଅଭାବରୁ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଛି।