01 March 2017
11:13:39 PM
Sambad News
ନବରଙ୍ଗପୁର

ନିଆଁ ଲାଗି ୩ଧାନ ଗଦା ପାଉଁଶ

By Sambad | Date: Dec 30 2016 1:03AM
ନିଆଁ ଲାଗି ୩ଧାନ ଗଦା ପାଉଁଶ

ମଇଦଲପୁର : ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭଗତଗୁଡାରେ ଅଗ୍ନିକାଣ୍ଡ ଘଟି ୩ଟି ଧାନ ଗଦା ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟାରେ ଭଗତଗୁଡା ଗ୍ରାମର ଏକ ଖଳାରେ ଥିବା ୩ଟି ଧାନ ଗଦାରେ ନିଆଁ ଲାଗି ଯାଇଥିଲା। ଏହା ଜଣାପଡିବା ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ରାତି ପ୍ରାୟ ୩ଟାରେ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ସମୟ ମଧ୍ୟରେ ନିଆଁ ଲାଗି ୩ଟି ଧାନ ଗଦା ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ମହେଶ୍ୱର ମାଝୀ ଓ ନର ମାଝୀଙ୍କ ୨ଏକର ଓ ଶ୍ୟାମ ମାଝୀଙ୍କ ୨ଏକର ଜମିରେ ହୋଇଥିବା ଧାନ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।