30 April 2017
10:38:48 AM
image
Sambad News
ନବରଙ୍ଗପୁର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

By Sambad | Date: Dec 30 2016 11:18AM
ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନନ୍ଦାହାଣ୍ଡି: ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି. ମାଳିଗୁଡା ଗ୍ରାମର ସୋମନାଥ ହଲବା(୫୨) ଭାଲୁ ଆକ୍ରମଣରେ ଗୁରୁତର ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ବି. ମାଳିଗୁଡା ଗ୍ରାମର ସୋମନାଥ ହଲବା ଆଜି ସକାଳ ୯ଟାରେ ଗାଁ ନିକଟରେ ଥିବା ଏକ ଆଖୁ ବାଡରେ କାମ କରୁଥିଲେ। ତେବେ ଏହି ସମୟରେ ଏକ ଭାଲୁ ସୋମନାଥଙ୍କ ଉପରକୁ ଆକ୍ରମଣ କରିଥିଲା।

ଭାଲୁ ଆକ୍ରମଣରେ ସୋମନାଥଙ୍କ ମୁଣ୍ଡ ଓ ଡାହାଣ ହାତରେ ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଭାଲୁ ଆକ୍ରମଣର ଶିକାର ହେବା ପରେ ସୋମନାଥ ଚିତ୍କାର କରିବାରୁ ନିକଟରେ କାମ କରୁଥିବା ଅନ୍ୟ ମାନେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିିଥିଲେ। ସେଠାରେ ଡା. ଦେବବ୍ରତ ଡାକୁଆ ଓ ଡା. ସମ୍ବିତ ସୋମନାଥଙ୍କ ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ଅନ୍ୟପଟେ ସୋମନାଥ କୁଲି କରି ପରିବାର ଚଳାଉ ଥିବାରୁ ବନ ବିଭାଗ ପକ୍ଷରୁ ତାଙ୍କ ଚିକିତ୍ସା ଖର୍ଚ ସହ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ନନ୍ଦାହାଣ୍ଡି ବ୍ଲକର ମାଳିଗୁଡା, ଜଗନ୍ନାଥପୁର ଓ ନନ୍ଦାହାଣ୍ଡି ଅଞ୍ଚଳର ବହୁ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହେଉଥିବାରୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି।
 

image