18 August 2017
8:12:10 PM
Sambad News
ନବରଙ୍ଗପୁର

ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବେପାର

By Sambad | Date: Dec 31 2016 10:48AM
ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବେପାର

ନବରଙ୍ଗପୁର:୨୬ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ମଣ୍ଡେଇ ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଉଦ୍‌ଯାପିତ ହୋଇଯାଇଛି। ପିଡି ଡିଆରଡିଏ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଯୋଗଦେଇ ଥିଲେ। ୫ଦିନରେ କୋଟିଏ ୪ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲା ଯୋଗାଣ ଓ ବିପଣନ ସମିତି ଅଧିକାରୀ ପବିତ୍ର ମୋହନ ବାରା ମଂଚ ସଂଯୋଜନା କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ କରାଯାଇଥିବା ଷ୍ଟଲରେ ୭ଲକ୍ଷ ୬୩ହଜାର ୫୩୦ଟଙ୍କାର ବେପାର ହୋଇଥିଲା।

ନାବାର୍ଡ ଷ୍ଟଲରେ ୪ଲକ୍ଷ ୩୫ହଜାର ୪୫୦ , ଜିଲ୍ଲା ଯୋଗାଣ ଓ ବିପଣନ ସମିତିର ମହିଳା ସ୍ୱୟଂ ସହାୟକ ଦଳ ପକ୍ଷରୁ ୨୯ଲକ୍ଷ ୮୭ହଜାର ୧୪୫ଟଙ୍କା ବ୍ୟବସାୟ ହୋଇଛି। ସେହିପରି ଖାଦ୍ୟ ଷ୍ଟଲରେ ୧୨ଲକ୍ଷ ୬୭ହଜାର ୩୦୦ଟଙ୍କା ଓ ଅନ୍ୟାନ୍ୟ ବ୍ୟବସାୟବାବଦରେ ୫୦ଲକ୍ଷ ୨୭ହଜାର ୮୧୦ଟଙ୍କା ଏଭଳି କୋଟିଏ ୪ଲକ୍ଷ ୮୧ ହଜାର ୨୩୫ଟଙ୍କାର ବ୍ୟବସାୟ ହୋଇଛି।  ସେହିପରି ପଲ୍ଲିଶ୍ରୀମେଳାରେ ସରକାରୀ ବିଭାଗ ପକ୍ଷରୁ ହୋଇଥିବା  ପ୍ରଦର୍ଶନୀରେ ଜଳବିଭାଜିକା ପ୍ରକଳ୍ପ ପ୍ରଥମ ହୋଇଛି। ଜିଲ୍ଲା ବନଖଣ୍ଡ ୨ୟ, ଆଇଟିଡିଏ ୩ୟ, ଏସଏସଏ ଓ ମତ୍ସ୍ୟ ବିଭାଗକୁ ଯୁଗ୍ମ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା।

ସେଭଳି ପଲ୍ଲୀଶ୍ରୀ ମେଳାରେ ଅଧିକ ବ୍ୟବସାୟ କରିଥିବା ସମ୍ବଲପୁରର ମା’ ମେଟକାନୀ ସ୍ୱୟଂ ସହାୟକ ଦଳ ପ୍ରଥମ, ଦେବଗଡର ମା’ ଶାରଳା ୨ୟ, କନ୍ଧମାଳର ବୃନ୍ଦାବତୀ ସ୍ୱୟଂ ସହାୟକ ଦଳ ୩ୟ ସ୍ଥାନ ଲାଭ କରି ପୁରସ୍କୃତ ହୋଇଥିଲା। ମଂଚ ସଂଯୋଜନା କରିଥିବା ଓମଟିକା ଦାଶ ଓ ପ୍ରିୟଦର୍ଶନୀ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ନବରଙ୍ଗପୁରର ବିଶ୍ୱରଂଜନୀ ଦାଶ ଓଡଶୀ ନୃତ୍ୟ ପରିବେଷଣ କରିଥିଲେ। ଏହା ସହ ପୁରୁଷୋତ୍ତମ କଳାକେନ୍ଦ୍ର, ମଣ୍ଡେଇ ଗ୍ରୁପ, ଲଲିତା ଦେବୀ ଏସଏଚଜି, ପାପଡାହାଣ୍ଡିର ଆଦର୍ଶ ୟୁଥ କ୍ଲବ,ସାଇରାମ କଳାକେନ୍ଦ୍ର, ସୁନାବେଢ଼ାର ସ୍କର୍ଶ ନୃତ୍ୟ ଗ୍ରୁପ ସହ ଚୈତନ୍ୟ ଭଜନ ଦଳ ସଂଗୀତ ପରିବେଷଣ କରିଥିଲେ। ମଞ୍ଚକୁ ଓମଟିକା ଦାଶ, ପ୍ରିୟଦର୍ଶନୀ ମାଝୀ, ଟେଲିନିର୍ଦେଶକ ମନୋଜ ପଟ୍ଟନାୟକ ସଂଯୋଜନା କରିଥିଲେ।