01 May 2017
2:07:52 AM
image
Sambad News
ନବରଙ୍ଗପୁର

ଅଗ୍ନିକାଣ୍ଡରେ ଗୋଟିଏ ବଖରା ପାଉଁଶ, ଦଂପତି ଆହତ

By Sambad | Date: Jan 1 2017 6:36AM
ଅଗ୍ନିକାଣ୍ଡରେ ଗୋଟିଏ ବଖରା ପାଉଁଶ, ଦଂପତି ଆହତ

ମଇଦଲପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମର ହାଟପଦାରେ ରହୁଥିବା ଗୌରଚନ୍ଦ୍ର ପଟେଲଙ୍କ ଘରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ସେହିପରି ଗୌରଚନ୍ଦ୍ର ଓ ପତ୍ନୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା  ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୧୧ଟାରେ ହାଟପଦାରେ ରହୁଥିବା ଗୌରଚନ୍ଦ୍ର ପଟେଲଙ୍କ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ସତ୍ୟବାନ ନାୟକ ଏନେଇ ମଇଦଲପୁର ଫାଣ୍ଡିକୁ ଖବର ଦେଇଥିଲେ। ପରେ ମଇଦଲପୁର ଫାଣ୍ଡି ଅଧିକାରୀ ବି.ଏମ ସେଠୀ ଏସଂପର୍କରେ ଅଗ୍ନିଶମ ବିଭାଗକୁ ଅବଗତ କରାଇବା ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାହି ବାସିନ୍ଦା ଓ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା। 

 
ଅନ୍ୟପଟେ ଅଗ୍ନିକାଣ୍ଡ ସମୟରେ ଗୌରଚନ୍ଦ୍ର ଓ ପତ୍ନୀ ଘର ଭିତରେ ରହିଯାଇଥିବାରୁ ସାହିର ଅଭି ହରିଜନ ଘର ଟିଣ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲେ।  ଗୌରଚନ୍ଦ୍ର ଓ ପତ୍ନୀଙ୍କ ଶରୀରର କିଛି ଅଂଶରେ ନିଆଁ ଲାଗିବାରୁ ଉଭୟେ ଆହତ ହୋଇଥିଲେ। ପରେ ଉଭୟଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗୌରଚନ୍ଦ୍ରଙ୍କ ତେଜରାତିି ଦୋକାନର ସମସ୍ତ ସାମଗ୍ରୀ ସହ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଗୌରଚନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

image