30 April 2017
10:37:26 AM
image
Sambad News
ନବରଙ୍ଗପୁର

ପାଣିରେ ବୁଡ଼ି ୨ଛାତ୍ରୀ ମୃତ

By Sambad | Date: Jan 8 2017 11:46PM
ପାଣିରେ ବୁଡ଼ି ୨ଛାତ୍ରୀ ମୃତ
Photo by : indianexpress.com

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡିଙ୍ଗା ପଞ୍ଚାୟତର ପାଉରବେଲା-୨ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବର କୋଳି ତୋଳିବା ସମୟରେ ଗୋଡ ଖସିଯିବାରୁ ପାଖରେ ଥିବା ପାଣି ଭର୍ତି ଖାଲରେ ପଡି ୨ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। 

 
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟାରେ ପାଉରବେଲା-୨ ଗ୍ରାମର ଅଞ୍ଜଳି କୀର୍ତନିଆଙ୍କ ଝିଅ ସୁପ୍ରିୟା କୀର୍ତନିଆ(୧୨) ଓ ତୋତା ବାଲାଙ୍କ ଝିଅ ରିମି ମାଲା(୧୨) ଗାଧୋଇବାକୁ ମା’ମାନଙ୍କ ସହ ନିକଟସ୍ଥ ଗାଁ ପୋଖରୀକୁ ଯାଇଥିଲେ। ଅଞ୍ଜଳି ଓ ତୋତା ପୋଖରୀରେ ଗାଧୋଉଥିବା ସମୟରେ ସୁପ୍ରିୟା ଓ ରିମି ପୋଖରୀ କୂଳରେ ଥିବା ବର କୋଳି ଗଛରୁ କୋଳି ତୋଳୁଥିଲେ। ପୋଖରୀ ହୁଡାରେ ଠିଆ ହୋଇ କୋଳି ତୋଳିବା ସମୟରେ ହଠାତ୍‌ ଗୋଡ ଖସିଯିବାରୁ ପାର୍ଶ୍ୱରେ ଥିବା ଏକ ପାଣି ଭର୍ତି ବିରାଟ ଗାତରେ ଉଭୟେ ପଡି ଯାଇଥିଲେ। ପରେ ସୁପ୍ରିୟା ଓ ରିମି ପ୍ରାଣ ବିକଳରେ ଚିତ୍କାର କରିବାରୁ ଅଞ୍ଜଳି ଓ ତୋତା ସେଠାରେ ପହଞ୍ଚି ନିଜ ଝିଅଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଡାକ ପକାଇଥିଲେ।
 
କିଛି ସମୟ ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ରିମିଙ୍କୁ ଯୋଡିଙ୍ଗା ଓ ସୁପ୍ରିୟାକୁ ରାଇଘର ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ସୁପ୍ରି୍ରୟା ପାଉରବେଲା-୨ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ରିମି ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣାପଡିଛି।

image