01 May 2017
2:02:16 AM
image
Sambad News
ନବରଙ୍ଗପୁର

କଲରାପତରିଆ ବାଘର ମୃତଦେହ ଜବତ, ଆଜି ହେବ ବ୍ୟବଛେଦ

By Sambad | Date: Jan 3 2017 11:39AM
କଲରାପତରିଆ ବାଘର ମୃତଦେହ ଜବତ, ଆଜି ହେବ ବ୍ୟବଛେଦ

ଭୁବନେଶ୍‌ବର/ ରାଇଘର (ନବରଙ୍ଗପୁର): ଗତ ସପ୍ତାହ ତଳେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଜଙ୍ଗଲରୁ ଏକ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା।  ଗତକାଲି ଏକ କଲରାପତରିଆ ବାଘର ମୃତଦେବ ନବରଂଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ରାସପୁର ଜଙ୍ଗଲରୁ ଉଦ୍ଧାର ହୋଇଛି। ତେବେ ବିରଳ ବାଘ ପ୍ରଜାତି ଯେ ଏବେ ବିପଦରେ ପଡ଼ିଛନ୍ତି, ତାହା ସ୍ପଷ୍ଟ ହେଉଥିଲେ ମଧ୍ୟ ବାଘଙ୍କ ସୁରକ୍ଷା ପାଇଁ ବନବିଭାଗର ନିଦ ଭାଙ୍ଗୁ ନାହିଁ।
 
ସୂଚନାଯୋଗ୍ୟ ଯେ କଲରାପତରିଆ ବାଘ ଆକ୍ରମଣରେ ଗତଦୁଇ ଦିନ ତଳେ  ଜଣେ ଗାଈଚରାଳି ଗୁରୁତର ଆହତ ହୋଇଥିବା ବେଳେ ଗତକାଲି  ସେହି ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘଟିର କେମିତି ଅବସ୍ଥାରେ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇପାରିନି। ଆଜି ଉକ୍ତ କଲରାପତରିଆ ବାଘର ମୃତଦେହ ବ୍ୟବଛେଦ କରାଯିବ। 
 
ଗତକାଲି ଅପରାହ୍ନରେ ରାଇଘର ବ୍ଲକ୍‌ ଖୁଡୁକୁ ପଞ୍ଚାୟତ ତରେଇଡିହି ଗ୍ରାମର ରୂପସିଂ ଗଣ୍ଡ(୪୫) ନିକଟସ୍ଥ ରାସପୁର ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ।  ତେବେ ଏହି ସମୟରେ ଜଙ୍ଗଲରେ ଏକ କଲରା ପତରିଆ ବାଘ ରୂପସିଂଙ୍କୁ ହଠାତ୍‌ ଆକ୍ରମଣ କରିଥିଲା। ତେବେ ପାଖରେ ଚରୁଥିବା କିଛି ମଇଁଷି ପାଲଟା ଆକ୍ରମଣ କରିବାରୁ କଲରା ପତରିଆଟି ରୂପସିଂଙ୍କୁ ଛାଡ଼ିି ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। କିଛି ସମୟ ପରେ କିଛି ଗ୍ରାମବାସୀ ରୂପସିିଂଙ୍କୁ ଜଙ୍ଗଲରୁ ଗୁୁରୁତର ଅବସ୍ଥାରେ ଉଦ୍ଧାର କରି ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ।
 

image