22 February 2017
11:42:25 AM
Sambad News
ନୟାଗଡ଼

ଭିନ୍ନକ୍ଷମ ପରିବାରକୁ ମିଳୁନି ସରକାରୀ ସହାୟତା

By Sambad | Date: Jan 10 2017 6:41AM
ଭିନ୍ନକ୍ଷମ ପରିବାରକୁ ମିଳୁନି ସରକାରୀ ସହାୟତା

ନୂଆଗାଁ : ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତର ବେତନଟି ଗ୍ରାମର ଜୟକୃଷ୍ଣ ଖିଲାରଙ୍କ ପରିବାର ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ଜୟକୃଷ୍ଣଙ୍କର ଜନ୍ମରୁ ମୂକ ଏବଂ ବଧିର ମଧ୍ୟ। ତାଙ୍କର ବୟସ ୪୫ ଟପିଥଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ପ୍ରମାଣ ପତ୍ରଟିଏ ପାଇପାରିନାହାଁନ୍ତି । ପ୍ରମାଣ ପତ୍ରଟିଏ ପାଇବା ପାଇଁ ବ୍ଲକ୍‌ଠାରୁ ଆରମ୍ଭ କରି ନୟାଗଡ଼ ପର୍ଯ୍ୟନ୍ତ ଧାଇଁ ଧାଇଁ ନିରାଶ ହୋଇଥିବା ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଭିନ୍ନକ୍ଷମମାନଙ୍କ ପାଇଁ ମିଳୁଥିବା ଭତ୍ତା, ଚାଉଳ କିମ୍ବା ଇନ୍ଦିରାଆବାସ ଘର  ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଜୟକୃଷ୍ଣଙ୍କ ପରିବାର କହିବାକୁ ଗଲେ ସେ ସ୍ୱାମୀ ସ୍ତ୍ରୀ ୨ ଜଣ। ଜୟକୃଷ୍ଣ ଭିନ୍ନକ୍ଷମ ହେଲେ ମଧ୍ୟ ପ୍ରତିଦିନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଏପରିସ୍ଥଳେ ସରକାରୀ ସହାୟତା ପାଇଁ ପ୍ରମାଣପତ୍ରଟିଏ ପାଇବା ପାଇଁ ଏବେ ନିରାଶ ହୋଇପଡ଼ିଛନ୍ତି।