26 April 2017
1:32:09 PM
image
Sambad News
ନୟାଗଡ଼

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ : ପ୍ରଚାରପତ୍ର ବାଣ୍ଟିଲେ ଜିଲ୍ଲାପାଳ, ଏସ୍‌ପି

By Sambad | Date: Jan 10 2017 6:48AM
ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ : ପ୍ରଚାରପତ୍ର ବାଣ୍ଟିଲେ ଜିଲ୍ଲାପାଳ, ଏସ୍‌ପି

ନୟାଗଡ଼ : ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜିଠାରୁ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ପୁରୁଣା ବସ୍‍ଷ୍ଟାଣ୍ଡଠାରେ ଉଦ୍ଘାଟନ କରିଥିଲେ। ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଭାକର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପରିବହନ କାର୍ଯ୍ୟାଳୟର କର୍ମଚାରୀ, ବରିଷ୍ଠ ନାଗରିକ ମଞ୍ଚ, ବସ୍‍ ମାଲିକ ସଂଘ, ଟ୍ରକ୍‍ ମାଲିକ ସଂଘର କର୍ମକର୍ତା ସହଯୋଗ କରିଥିଲେ। 
 
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଡାକୁଆ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଂହ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଅନ୍ୟମାନଙ୍କୁ ହେଲ୍‍ମେଟ୍‍, ସିଟ୍‍ ବେଲ୍‍ଟ ପିନ୍ଧି ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଥିଲେ। ଜାତୀୟ ରାଜପଥରେ ଛିଡ଼ା ହୋଇ ଚାଳକମାନଙ୍କୁ ସୁରକ୍ଷିତ ଗାଡ଼ି ଚାଳନା ନେଇ ଲିଫ୍‍ଲେଟ୍‍ ବାଣ୍ଟିଥିଲେ। ଜିଲ୍ଲାପାଳ ଓ ଏସ୍‍ପିଙ୍କ ଏପରି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ସେହିପରି ସଡ଼କ ସୁରକ୍ଷା ସଚେତନତାର ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ସଚେତନତାର ବାର୍ତା ନେଇ ଏହି ରଥ ଜିଲ୍ଲାବ୍ୟାପୀ ବୁଲିବାର କାର୍ଯ୍ୟକ୍ରମ ରହିଛି।  ଆସନ୍ତାକାଲି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସେହିପରି ବାଇକ୍‍ ରାଲି ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି।

image