21 January 2017
11:51:27 AM
image
Sambad News
ରାଜ୍ୟ

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ, ଦମ୍ପତି ମୃତ

କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

By Sambad | Date: Jan 11 2017 1:25AM
ଟ୍ରକ୍‌-ବାଇକ୍‌ ମୁହାଁମୁହିଁ, ଦମ୍ପତି ମୃତ

ଖଲ୍ଲିକୋଟ/ ବେଗୁନିଆପଡ଼ା: ଖଲ୍ଲିକୋଟ ଥାନା ଅଧୀନ ପଥୁରିନାଳ ଶଙ୍ଖ ନିକଟରେ ଏକ ଭାଲିଆ ବୋଝେଇ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କାରେ କୋଦଳା ଥାନା ଅନ୍ତର୍ଗତ ତାଳସର ଗ୍ରାମର ସନ୍ତୋଷ କୁମାର ସୁବୁଦ୍ଧି (୪୫) ଏବଂ  ତାଙ୍କ ପତ୍ନୀ ସସ୍ମିତାଙ୍କର ମୃତ୍ୟୁ ଘଟିଛି।
 

ସକାଳ ୭ଟାରେ ସନ୍ତୋଷ ଓ ସସ୍ମିତା ବାଇକ୍‌(ଓଆର୍‌-୦୨ଡି-୨୮୨୩)ରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ସୁମଣ୍ଡଳ-ମାନାପଲ୍ଲୀ ଗ୍ରାମ ମଝି ପଥୁରୀ ନାଳ ପୋଲ ନିକଟରେ ସାମନାରୁ ଆସୁଥିବା ଏକ ଭାଲିଆ ବୋଝେଇ ଟ୍ରକ୍‌ (ଓଆର୍‌-୨ୟୁ୨୧୨୫) ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ଟି ଚୁର୍‌ମାର ହୋଇଯିବା ସହ ଉଭୟ ଦମ୍ପତି ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଖଲ୍ଲିକୋଟ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ  ସେତେବେଳକୁ ସେମାନଙ୍‌ଙ୍କର ମୃତ୍ୟୁ ହୋଇସାରିିଥିଲା। ଖବର ପ୍ରଚାର ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ସୁମଣ୍ଡଳ-ଖଲ୍ଲିକୋଟ ରାସ୍ତାକୁ ଅବରୋଧ କରିଥିଲେ। ପରେ ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କା ସହାୟତା ଦେବା ପରେ ଅବରୋଧ ହଟିଥିଲା।