27 April 2017
2:57:29 AM
image
Sambad News
ନୟାଗଡ଼

ଖଣ୍ଡପଡ଼ାରେ ଧାନମଣ୍ଡି ଖୋଲିଲା

By Sambad | Date: Jan 12 2017 2:27AM
ଖଣ୍ଡପଡ଼ାରେ ଧାନମଣ୍ଡି ଖୋଲିଲା

ଖଣ୍ଡପଡ଼ା : ଜିଲ୍ଲାପାଳଙ୍କ  ନିର୍ଦ୍ଦେଶ କ୍ରମେ  ଖଣ୍ଡପଡ଼ାଗଡ଼  ସେବା  ସମବାୟ  ସମିତିର ସଭାପତି ପ୍ରଭାକର  ଆଚାର୍ଯ୍ୟ  ଓ ସମ୍ପାଦକ  ଗୋପିନାଥ  ଆଚାର୍ଯ୍ୟଙ୍କ  ଉପସ୍ଥିତିରେ ସୋମବାର ଧାନ  ମଣ୍ଡି  ଖୋଲା ଯାଇଛି। ପ୍ରଥମ ଦିନରେ ବାସୁଦେବ ସାହୁ, ବସନ୍ତ କୁମାର ସାହୁ, ବନ  ବିହାରୀ ବାରିକ, ଦୁର୍ଗା  ମାଧବ  ଅଚାର୍ଯ୍ୟ  ଧାନ ବିକ୍ରି କରିଥିଲେ। ସରକାରୀ  ଦରରେ  ଧାନର  ନୂତନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍‍ ପିଛା ୧୪୭୦ ଟଙ୍କା ରଖାଯାଇ ଥିବାବେଳେ  ବର୍ତ୍ତମାନ ସୁଧା ୧୫୦ଜଣ ଚାଷୀ ଧାନ ବିକିବା ନିମନ୍ତେ ନାମ ପଞ୍ଜୀକରଣ  କରିଥିବା  ସମ୍ପାଦକ ଶ୍ରୀ  ଆଚାର୍ଯ୍ୟ  ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ଧାନ ମଣ୍ଡି ଖୋଲୁ ନଥିବାରୁ ଚାଷୀମାନେ ଧାନର ସହାୟକ ମୂଲ୍ୟ ପାଇପାରୁ ନାହାନ୍ତି ବୋଲି ଅଭିଯୋଗ ଆସିବା ପରେ ଗତ ୯ ତାରିଖ ସୋମବାର ଦିନ ନୟାଗଡ଼  ଜିଲ୍ଲାପାଳ  ଅରିନ୍ଦମ  ଡ଼ାକୁଆ, ବିଡିଓ ସିପ୍ରା ସେଠୀ  ଓ  ବ୍ଳକ୍‍  ଯୋଗାଣ  ଅଧିକାରୀ  ପ୍ରଭାତ  ମୋହନ  ସାହୁ  ଖଣ୍ଡପଡ଼ାଗଡ଼  ସମବାୟକୁ ଅଚାନକ ଗସ୍ତ  କରିଥିଲେ।

image