20 August 2017
6:55:37 PM
Sambad News
ନୟାଗଡ଼

ଦଶପଲ୍ଲାରେ ସଡ଼କ ସୁରକ୍ଷା ସପ୍ତାହ

By Sambad | Date: Jan 12 2017 2:28AM
ଦଶପଲ୍ଲାରେ ସଡ଼କ ସୁରକ୍ଷା ସପ୍ତାହ

ଦଶପଲ୍ଲା : ସଚେତନତା ଅଭାବ ଓ ସତର୍କହୀନ ଯାନବାହାନ ଚାଳନା ଯୋଗୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଯୋଗୁ ଅନେକ ଅମୂଲ୍ୟ ଜୀବନ ହାନୀ ହେଉଛି। ଏହି କ୍ରମରେ ୨୮ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ କୃଷ୍ଣପ୍ରୀୟା ଦେବୀ ମହିଳା ମହାବିଦ୍ୟାଳୟର ସହଯୋଗ କ୍ରମେ ବୁଧବାର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣମାସୀ ଦେବୀ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ। ଅଧ୍ୟାପକ ଧିରେନ୍ଦ୍ର କୁମାର ମହାରଣାଙ୍କ ତତ୍ୱାବଧାନରେ କଲେଜର ଶତାଧିକ ଛାତ୍ରୀ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରାଇଥିଲେ।