22 February 2017
11:42:10 AM
Sambad News
ନୟାଗଡ଼

ବାଟ ପନ୍ଥେଇଙ୍କ ବାର୍ଷିକ ପୂଜା ଉତ୍ସବ : ଗୁହାରିଆ ପଡ଼ିଲେ ଆଶାୟୀ ପ୍ରାର୍ଥୀ

By Sambad | Date: Jan 12 2017 2:31AM
ବାଟ ପନ୍ଥେଇଙ୍କ ବାର୍ଷିକ ପୂଜା ଉତ୍ସବ : ଗୁହାରିଆ ପଡ଼ିଲେ ଆଶାୟୀ ପ୍ରାର୍ଥୀ

ଗଣିଆ : ଗଣିଆ ବ୍ଳକ ଆଦିବାସୀ ବହୁଳ ଗ୍ରାମ ବଡ଼ସିଲିଙ୍ଗା  ପଞ୍ଚାୟତର ଆରାଧ୍ୟ ଦେବୀ ମା’ ବାଟପନ୍ଥେଇଙ୍କର ବାର୍ଷିକ ପୁଜା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସୋମବାର ଶୁଭାଧିବାସ ପରେ ମଙ୍ଗଳବାର ଅପରାହ୍ନରେ ଆଦିବାସୀ ସଂପ୍ରଦାୟର ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ବଡ଼ସିଲିଙ୍ଗା ପଞ୍ଚାୟତର ୩୩ଟି ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସହସ୍ରାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବହୁ ଆଶାୟୀ ପ୍ରାର୍ଥୀ ମାଙ୍କ ନିକଟରେ ମାନସିକ କରି ଗୁହାରିଆ ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଦିବାସୀ ସଂପ୍ରଦାୟର ଏହା ମୁଖ୍ୟ ପର୍ବ ହୋଇଥିବାରୁ ପରମ୍ପରା ଅନୁସାରେ ବହୁ ମାନସିକଧାରୀ ବୋଦା, ଗଞ୍ଜାକୁକୁଡ଼ା ବଳି ପକାଇଥିଲେ। 

 
ସେହିପରି ଗଣିଆ ବ୍ଲକ୍‌ର ଅନ୍ୟ ପଞ୍ଚାୟତରୁ ବହୁ ଶ୍ରଦ୍ଧାଳୁ ମା’ଙ୍କ ପାଖରେ ଭୋଗ ଲାଗି କରିବା ପାଇଁ ହାତରେ ନଡ଼ିଆ କଦଳୀ, ସିନ୍ଦୁର, ଧୁପକାଠି ଆଦି ଧରି ମା’ଙ୍କ ନିକଟକୁ ଆସି ଭୋଗଲାଗି କରି ଦର୍ଶନ କରିଥିଲେ। ସୁଚନା ଅନୁସାରେ ପୂର୍ବରୁ ମା’ଙ୍କ ପାଖରେ ପୋଢ଼ ବଳି ଦିଆଯାଉଥିଲା। କିନ୍ତୁ ତାହା ବର୍ତ୍ତମାନ ବନ୍ଦକରି ବୋଦା ଓ କୁକୁଡ଼ା ବଳି ଦିଆଯାଉଛି।