28 April 2017
4:04:10 AM
image
Sambad News
ନୟାଗଡ଼

ଚୋରା ଶାଳ, କେନ୍ଦୁ କାଠ ଜବତ

By Sambad | Date: Jan 12 2017 2:34AM
ଚୋରା ଶାଳ, କେନ୍ଦୁ କାଠ ଜବତ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଘୁଗୁଡ଼ିପଡ଼ା ପଞ୍ଚାୟତର ମର୍ଦ୍ଧାବାଡ଼ି ଓ ଚମ୍ପାଡାଳି ନିକଟରୁ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ଶାଳ ଏବଂ କେନ୍ଦୁ କାଠଗଣ୍ଡି ଜବତ କରାଯାଇଛି। ସୂଚନା ଅନୁଯାୟୀ ଗଣିଆ ବନାଞ୍ଚଳ ଅଧିନସ୍ଥ ମଧ୍ୟଖଣ୍ଡି ସେକ୍‌ସନର ବନପାଳ ସୂର୍ଯ୍ୟକାନ୍ତ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ମର୍ଦ୍ଧାବାଡ଼ି ହରିଜନ ସାହି ନିକଟରୁ ୭୦ ଘନଫୁଟ୍‌ର ଶାଳ କାଠ ଜବତ କରାଯାଇଥିବା ବେଳେ ଚମ୍ପାଡାଳି ଗାଁ ନିକଟସ୍ଥ ଜଙ୍ଗଲରୁ ୩୦ ଘନଫୁଟର କେନ୍ଦୁ କାଠ ଜବତ କରାଯାଇଛି। ଯାହାର ମୂଲ୍ୟ ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏସବୁ ଲଗ୍‌ଗୁଡ଼ିକୁ ମାଫିଆମାନେ ବାହାରକୁ ଚାଲାଣ ଊଦ୍ଦେଶ୍ୟରେ ରଖିଥିବା ଜଣାପଡ଼ିଛି। ଚଢ଼ଉ ସମୟରେ ବନପାଳ ଶ୍ରୀ ମହାରଣାଙ୍କ ସମେତ ଘୁଗୁଡ଼ିପଡ଼ା ବିଟ୍‌ ହାଉସ୍‌ର ବନରକ୍ଷୀ ଲିଲି ବାରିକ, ନଛିପୁର ବିଟ୍‌ର ବନରକ୍ଷୀ କୈଳାସ ପ୍ରଧାନ ଓ ମଧ୍ୟଖଣ୍ଡି ସେକ୍‌ସନର ବନରକ୍ଷୀ ଅକ୍ଷୟ ମଲ୍ଲିକ ଉପସ୍ଥିତ ଥିଲେ। 

image