24 May 2017
9:14:55 PM
image
Sambad News
ନୟାଗଡ଼

ଭୋଟ ବର୍ଜନ କରିବେ ଧଳାବନ୍ଧ ଗ୍ରାମବାସୀ

By Sambad | Date: Jan 12 2017 2:36AM
ଭୋଟ ବର୍ଜନ କରିବେ ଧଳାବନ୍ଧ ଗ୍ରାମବାସୀ

ଖଣ୍ଡପଡ଼ା : ଓ୍ଵାର୍ଡ  ସଂରକ୍ଷଣରେ ତୃଟି ଥିବା  ନେଇ  ବାରମ୍ବାର  ଆପତ୍ତି  ଅଭିଯୋଗ ସତ୍ତେ୍ଵ କୌଣସି ସମସ୍ୟାର ସମାଧାନ କରାଯାଇ  ନଥିବାରୁ  ଭାପୁର ବ୍ଲକ୍‍ ବାଇଗୁଣିଆ  ପଞ୍ଚାୟତ ଅନ୍ତର୍ଗତ ଧଳାବନ୍ଧ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। 
 
ପ୍ରକାଶ ଥାଉ କି, ବାଇଗୁଣିଆ ପଞ୍ଚାୟତଟି ୨୪ଟି ଓ୍ଵାର୍ଡକୁ ନେଇ ପୁର୍ନଗଠିତ। କିନ୍ତୁ ବାଇଗୁଣିଆର ଧଳାବନ୍ଧ ଗ୍ରାମଟି ଜାକେଲାପଲ୍ଲୀର  କିଛି  ଘର ଓ  ହରିଜନ ସାହିର କିଛି ଲୋକଙ୍କୁ  ନେଇ ୧ନଂ ଓ୍ଵାର୍ଡ ଓ ସବର୍ଣ୍ଣ ଲୋକମାନଙ୍କୁ  ନେଇ ୨ନଂ ଓ୍ଵାର୍ଡ ଦୁଇଟି ଓ୍ଵାର୍ଡ ଗଠନ କରାଯାଇଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ଓ୍ଵାର୍ଡ ପୁର୍ନଗଠନ ବେଳେ ଜାକେଲାପଲ୍ଲୀ ରାଜସ୍ୱ ଗ୍ରାମ ହୋଇଥିବାରୁ ମାତ୍ର ୨୬ଟି  ଘରର ୮୦ ଜନସଂଖ୍ୟାରେ ୫୫ଜଣ ଭୋଟରଙ୍କୁ  ନେଇ ୧ନଂ ଓ୍ଵାର୍ଡ ଗଠନ କରାଯାଇଥିବା ବେଳେ ହରିଜନ ସାହି ଓ ଧଳାବନ୍ଧର ୯୫ ଘରର ୭୫୦ ଜନସଂଖ୍ୟାରେ ୪୫୦ ଭୋଟର ଲୋକମାନଙ୍କୁ  ନେଇ ୨ନଂ ଓ୍ଵାର୍ଡ ପୁନର୍ଗଠନ କରାଯାଇଛି। ଫଳରେ ବହୁ ଜନସଂଖ୍ୟାକୁ ନେଇ ଗୋଟିଏ  ମାତ୍ର  ଓ୍ଵାର୍ଡ  ପୁର୍ନଗଠନ କରାଯାଇଥିବାରୁ ସରକାରଙ୍କ  ବହୁ  ଉନ୍ନୟନମୂଳକ  ଯୋଜନାରୁ ବଞ୍ଚିତ ହେବାର ସମ୍ଭାବନା ରହିଛି। 
 
ଏ ନେଇ ଧଳାବନ୍ଧ ଗ୍ରାମବାସୀ ଭାପୁର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଭାପୁର ବିଡିଓ ରଞ୍ଜିତା ସାହୁ, ଉପଜିଲ୍ଲାପାଳ  ଦିଲ୍ଲୀପ  କୁମାର  ସାହୁ  ଓ  ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଅଭିଯୋଗ  କରିଥିଲେ  ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇ ପାରିନାହିଁ । ଫଳରେ ବାଧ୍ୟ ହୋଇ ଆଜି ଧଳାବନ୍ଧ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।

image