23 February 2017
9:41:49 PM
Sambad News
ନୟାଗଡ଼

ଆର୍‌ଏମ୍‌ସି ଦୋକାନ ଘର ଭୁଶୁଡ଼ିଲା : ଅଳ୍ପକେ ବର୍ତିଲେ ୪ ବ୍ୟବସାୟୀ

By Sambad | Date: Jan 12 2017 2:39AM
ଆର୍‌ଏମ୍‌ସି ଦୋକାନ ଘର ଭୁଶୁଡ଼ିଲା : ଅଳ୍ପକେ ବର୍ତିଲେ ୪ ବ୍ୟବସାୟୀ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ନିର୍ମାଣ କରାଯାଇଥିବା ଦୋକାନ ଘର ତାଜା ଭୁଶୁଡ଼ି ପଡ଼ିଛି। ତେବେ ସୌଭାଗ୍ୟବଶତଃ ତଳେ ବ୍ୟବସାୟ କରୁଥିବା ୪ଜଣ ବ୍ୟବସାୟୀ ଅଳ୍ପକେ ବର୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ- ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଜନଗହଳି ପୂର୍ଣ୍ଣ ବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି ଘରର ତାଜା ଭୁଶୁଡ଼ି ପଡ଼ିଥିଲା। ବହୁ ବର୍ଷ ଧରି ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ଘର ମରାମତି ନ ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ତାଜା ଭୁଷୁଡି ଯିବା ଦ୍ୱାରା ଏକ ବଡ ଧରଣର ଶଦ୍ଦ ହୋଇଥିଲା । ଶଦ୍ଦରେ ଦୋକାନ ଛାଡ଼ି ବ୍ୟବସାୟୀମାନେ ଭୟରେ ବାହାରକୁ ଚାଲି ଆସିଥିଲେ । ଏହି ଦୁର୍ଘଟଣାରେ ୪ଜଣ ବ୍ୟବସାୟୀ ଅଳ୍ପକେ ବର୍ତି ଯାଇଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି । 
 
ନିୟନ୍ତ୍ରୀତ ବଜାର କମିଟିରୁ ବ୍ୟବସାୟୀମାନେ ଦୋକାନ ଘରକୁ ଭଡା ସୂତ୍ରରେ ନେଇଛନ୍ତି । ଘର ଭୁଷୁଡିବା ଆଶଙ୍କା ରହିଥିବାରୁ ମରାମତି ପାଇଁ ବ୍ୟବସାୟୀମାନେ ବାରମ୍ବାର କର୍ତୁପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଇନଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ଦୁର୍ଘଟଣାରେ ପ୍ରଶାନ୍ତ କୁମାର ସାହୁଙ୍କ ଟେକ୍ସନାରୀ ଦେକାନ ପ୍ରମୋଦ କୁମାର ସାହୁଙ୍କ ଡ୍ରେସ ଦୋକାନ ଆଶୋକ ସାହୁଙ୍କ ଅଣ୍ଡା ଦୋକାନ ଏବଂ ଧର୍ମେନ୍ଦ କୁମାର ସେନାପତିଙ୍କ ଜେରକ୍ସ ଦୋକାନ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଭଗ୍ନ ଅବସ୍ଥାରେ ରହିଥିବା ଘରକୁ ତୁରନ୍ତ ମରାମତି କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି ।