18 January 2017
7:05:42 AM
Sambad News
ନୂଆପଡ଼ା

ଥରୁଛି ନୂଆପଡ଼ା

୧୪ ଡିଗ୍ରି ତଳେ ପାରଦ

By Sambad | Date: Dec 20 2016 5:08AM
ଥରୁଛି ନୂଆପଡ଼ା


ନୂଆପଡ଼ା: କିଛିଦିନ ଶୀତ ପ୍ରକୋପ ବଢୁଥିବାରୁ ନୂଆପଡ଼ା ଥରୁଛି। ପାରଦ ୧୪ ଡିଗ୍ରି ତଳକୁ ଖସି ଆସିଥିବା ବେଳେ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଶନିବାର ତାପମାତ୍ରା ୧୬ ଡିଗ୍ରି ଥିବାବେଳେ ସୋମବାର ୨ ଡିଗ୍ରି କମି ୧୪ରେ ରହିଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା ପାରଦ ୧୫ ଡିଗ୍ରିରେ ଥିବାବେଳେ ରାତ୍ର ସମୟରେ ହ୍ରାସ ପାଇବାର ସମ୍ଭାବନା ରହିଛି। ବିଶେଷ କରି ନୂଆପଡ଼ା ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଥିବାରୁ ଏଠାରେ ଶୀତର ପ୍ରକୋପ ଅଧିକ ଥାଏ।

ନୂଆପଡ଼ା ଜିଲ୍ଲାର ସୁନାବେଡ଼ା, ସୋସେଙ୍ଗ, ପାଟଦାର, କାଠପାଡ, ଘାଟମାଲ, ନଙ୍ଗଲବୋର୍ଡ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ରହିଛି। ଏପରିକି ମାଟି ପାତ୍ରରେ ପାଣି ରଖିଲେ ତାହା ବରଫ ହୋଇଯାଉଛି। ଦିନସାରା ଥଣ୍ଡା ପବନ ହେତୁ ବାହାରକୁ ଯିବା କଷ୍ଟକର ହୋଇ ପଡ଼ୁଛି। ଶୀତର ପ୍ରକୋପ ଏତେ ରହିଛି ଯେ ଶୀତବସ୍ତ୍ର କାମ କରୁନାହିଁ। ଗରିବ ଶ୍ରେଣୀରେ ଲୋକେ ଏହାଦ୍ୱାରା ପ୍ରଭାବିତ ହେଉଥିବାବେଳେ ୩/୪ ବର୍ଷ ଏପରି ଶୀତ ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଶୀତ ବୃଦ୍ଧି ହେତୁ ବଜାରରେ ଶୀତବସ୍ତ୍ର ବିକ୍ରି ମଧ୍ୟ ବଢି ଯାଇଛି। ଆଗକୁ ଶୀତ ବଢିବାର ଆଶଙ୍କା ଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।