23 May 2017
6:37:38 AM
image
Sambad News
ନୂଆପଡ଼ା

ନେହେନାରେ ମାଙ୍କଡ଼ ଉପଦ୍ରବ

By Sambad | Date: Dec 27 2016 5:19AM
ନେହେନାରେ ମାଙ୍କଡ଼ ଉପଦ୍ରବ

ଡୁଆଝର: ଖଡ଼ିଆଳ ସହରଠାରୁ ୪ କିମି. ଦୂରରେ ଥିବା ନେହେରା ଗାଁରେ ମାଡ଼ଙ୍କ ଉପଦ୍ରବ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ପ୍ରାୟ ୨୫ଟି ମାଙ୍କଡ଼ ଦଳ ହୋଇ ଉପଦ୍ରବ କରୁଛନ୍ତି। ବିିଭିନ୍ନ ପନିପରିବା ଖାଇଯିବା ସହ ନଷ୍ଟ କରି ଦେଉଛନ୍ତି। ଏହାଛଡ଼ା ଖପର ଘର ଉପରେ ଦୌଡ଼ିବାରୁ ଛାଉଣି ଭାଙ୍ଗି ଯାଉଛି। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ମାଙ୍କଡ଼ ଆକ୍ରମଣରେ ଲୋକେ କ୍ଷତାକ୍ତ ହେଉଛନ୍ତି।

ଏହାଛଡ଼ା ଘର ଭିତରେ ପଶି ବିଭିନ୍ନ ସାମଗ୍ରୀ ଖାଇ ଯାଉଛନ୍ତି। ଏପରିକି ଚାଷ ହୋଇଥିବା ମୁଗ, ବିରି, କୋଳଥ ଗଛକୁ ମଧ୍ୟ ଉପାଡି ଯାଇ ଯାଉଛନ୍ତି। ମାଙ୍କଡ଼ଙ୍କ ଉତ୍ପାତରେ ଗାଁର ସନାତନ ଦଣ୍ଡସେନା, ଯୋଗେଶ୍ୱର ରାଉତରାୟ, ଆନନ୍ଦ ମୋହନ ଦାସ, ବୀରେନ୍ଦ୍ର ଦଣ୍ଡସେନା, ତ୍ରୀଲକ୍ଷ ଦର୍ଜୀ, ସତ୍ୟବାନ ଦଣ୍ଡସେନା, ସୁରେଶ ଦଣ୍ଡସେନା, ଭୁବନେଶ୍ୱର ଗହିର, ମହେନ୍ଦ୍ର ଦଣ୍ଡସେନା, ଯୋଗେଶ ବିଶିଙ୍କ ଘରର ଛାତ ଭାଙ୍ଗି ଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏହି ମାଙ୍କଡ଼ ଗୁଡ଼ିକ ଅନ୍ୟତ୍ର ଛାଡ଼ିବାକୁ ଗ୍ରାମବାସୀ ଦାବି କରିଛନ୍ତି।
 

image