21 January 2017
10:55:57 PM
image
Sambad News
ନୂଆପଡ଼ା

ଅପରଜୋଙ୍କ ରବି ଚାଷ ପାଣି ବଣ୍ଟନ ନେଇ ଅସନ୍ତୋଷ

ପାଣି ଛଡ଼ାକୁ ବିରୋଧ ନିଷ୍ପତ୍ତି

By Sambad | Date: Dec 28 2016 4:38AM
ଅପରଜୋଙ୍କ ରବି ଚାଷ ପାଣି ବଣ୍ଟନ ନେଇ ଅସନ୍ତୋଷ

ନୂଆପଡ଼ା: ଅପରଜୋଙ୍କ (ପତେରା) ଜଳ ପ୍ରକଳ୍ପରୁ ରବି ଚାଷ ପାଇଁ ପାଣି ଛାଡ଼ିବା ନେଇ ପୁଣି ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିରୋ ପଏଣ୍ଟରୁ ପାଣି ଚାଷ ପାଇଁ ନ ଦେଲେ ଶେଷକୁ କେନାଲରେ ପାଣି ଦେବାକୁ ଉପରମୁଣ୍ଡର ଚାଷୀମାନେ ବିରୋଧ କରିଛନ୍ତି। ଆଗାମୀ ଦିନରେ ଏନେଇ ପ୍ରତିବାଦ କରାଯିବାକୁ ଚାଷୀମାନେ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏନେଇ ଏକ ୨୫ ଜଣିଆ କମିଟି ଗଠନ କରାଯାଇଛି। ଯାହାକି ତଳ ଓ ଉପରମୁଣ୍ଡ ରବି ଚାଷ ପାଇଁ ପାଣି ବଣ୍ଟନକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାଦ୍ୱାରା ପୁଣି ୨୦୧୨ ମସିହା ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି।
 

ମଙ୍ଗଳବାର ଦିନ ଖୁଟମନଭେରା ସରପଞ୍ଚ ଦିଲ୍ଲୀପ ମାଝୀ, ସାରାବଙ୍ଗ ସରପଞ୍ଚ ଭରତଲାଲ ରାଉତଙ୍କ ଅଧ୍ୟକ୍ଷତାରେ ଦୁଇ ପଞ୍ଚାୟତର ଚାଷୀଙ୍କୁ ନେଇ ପଞ୍ଚମପୁର କେନାଲ ମାଇନରସ୍ଥିତ ମନ୍ଦିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ  ଡାହାଣ କେନାଲର ୦ରୁ ୫ ନଂ ପର୍ଯ୍ୟନ୍ତ ଚାଷୀ ଏକତ୍ର ହୋଇଥିଲେ। ଚଳିତ ରବି ଚାଷ ପାଇଁ ଜଳସେଚନ ବିଭାଗ ଓ ପାଣି ପଞ୍ଚାୟତ ମିଶି ୬ ନଂ ପାଣି ପଞ୍ଚାୟତଠାରୁ ୧୬ ନଂ ପାଣି ପଞ୍ଚାୟତକୁ ରବି ଚାଷ ପାଇଁ ପାଣି ଦେବାକୁ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ କରିଥିଲେ।

କୌଣସି ଜଳସେଚନ ପ୍ରକଳ୍ପରେ ରବିଚାଷରେ ପାଣି ବଣ୍ଟନ କରାଯାଉ ନଥିବାବେଳେ କିଛି ଲୋକଙ୍କ ଚକ୍ରାନ୍ତରେ ଲୋୟର ଜୋଙ୍କ ଜଳସେଚନ ପ୍ରକଳ୍ପରେ ରବି ଚାଷ ପାଇଁ ପାଣି ବଣ୍ଟନ କରାଯାଉଛି। ଯାହାକି ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରାଯାଇଛି। ରବିରେ କେବଳ ଜିରୋ ପଏଣ୍ଟ ଠାରୁ ପାଣି ଚାଷ ପାଇଁ ଦେବା କଥା। କିନ୍ତୁ ରୋଟେସନ ନୁହେଁ। ଉଚ୍ଚ ନ୍ୟାୟାଳୟର କ’ଣ ଆଦେଶ ଅଛି, ଆମ୍ଭେ ଜାଣି ନାହୁଁ। ଏହାକୁ ଚଳିତ ବର୍ଷ ଗ୍ରହଣ କରିବୁ ନାହିଁ ବୋଲି ଚାଷୀମାନେ କ ହିଥିଲେ। ଜିରୋ ପଏଣ୍ଟରୁ ପାଣି ନଦେଲେ ଆଗାମୀ ଦିନରେ ମୁଖ୍ୟ କେନାଲଠାରେ ଧାରଣା ଦେଇ ପାଣି ତଳକୁ ଛାଡ଼ିବୁ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଚାଷୀଙ୍କ ଏପରି ନିଷ୍ପତ୍ତି ନେଇ ପୁଣି ଥରେ ପାଣି ପାଇଁ ବିବାଦ ଆରମ୍ଭ ହୋଇଛି। ୨୦୧୨ରେ ଉଚ୍ଚ ନ୍ୟାୟାଳୟ ଆଦେଶ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପ୍ରତ୍ୟେକ ବର୍ଷ ରୋଟେସନ ଅନୁଯାୟୀ ପାଣି ଦିଆଯାଉଛି। କିନ୍ତୁ ଏହି ପ୍ରକଳ୍ପରୁ ୧ରୁ ୨୦ଟି ପାଣି ପଞ୍ଚାୟତ ଦୁଇ ଭାଗ ହୋଇଥିଲେ ଓ ଜିଲ୍ଲାପାଳ ଏବଂ ଜଳସେଚନ ଅଫିସ୍‌ ଘେରାଉ କରିଥିଲେ। ଚଳିତ ବର୍ଷ ବରୁ ୫ ଓ ୬ରୁ ୧୬ ପାଣି ପଞ୍ଚାୟତ ଚାଷୀଙ୍କ ମଧ୍ୟରେ ପାଣି ବଣ୍ଟନ ନେଇ ବିବାଦ ଦେଖାଦେଇଛି। ପ୍ରଶାସନ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।