28 May 2017
5:59:02 PM
image
Sambad News
ନୂଆପଡ଼ା

ଅପରଜୋଙ୍କ ପାଣି ବିବାଦ ତେଜିଲା

ତଳମୁଣ୍ଡ ଚାଷୀଙ୍କ ଧାରଣା, ଉପରମୁଣ୍ଡରେ ରାସ୍ତାରୋକ

By Sambad | Date: Dec 30 2016 10:52AM
ଅପରଜୋଙ୍କ ପାଣି ବିବାଦ ତେଜିଲା

ନୂଆପଡ଼ା: ଅପରଜୋଙ୍କ ଜଳ ଅମଳ ପ୍ରକଳ୍ପ ପାଣିକୁ ରବି ଚାଷରେ ସମାନ ଓ ସୁଷମ ବଣ୍ଟନ ଦାବି ଜୋର ଧରିଛି। ଚଳିତ ବର୍ଷ ରବି ଚାଷରେ ତଳମୁଣ୍ଡ ଚାଷୀଙ୍କୁ ପାଣି ଦେବାକୁ ଜିଦ୍‌ କରି ଧାରଣା ଦିଆଯାଇଥିବାବେଳେ ସ୍ୱତନ୍ତ୍ର ଲୋକ ଅଦାଲତ ନିର୍ଦେଶ ଅନୁଯାୟୀ ଶେଷମୁଣ୍ଡ ଚାଷୀଙ୍କୁ ପାଣି ଦେବା ପାଇଁ ଚାଷୀ ଅଟଳ ଅଛନ୍ତି। ଏହାକୁ ନେଇ ତଳମୁଣ୍ଡ ଚାଷୀ ଧାରଣା ଦେଇଥିବାବେଳେ ଶେଷମୁଣ୍ଡ ଚାଷୀ ଗୁରୁବାର ଦିନ ତଳମୁଣ୍ଡ ଚାଷୀ ନୂଆପଡ଼ାକୁ ନ ଆସିବା ଦାବିରେ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସର ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଥିଲା। ସେହିପରି ତଳମୁଣ୍ଡ ଚାଷୀଙ୍କ ସହ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଆଲୋଚନା ବିଫଳ ହୋଇଥିଲା। ଉଭୟ ପକ୍ଷ ଚାଷୀ ନିଜ ନିଜ ଜିଦ୍‌ରେ ଅଟଳ ହେତୁ କେନାଲରେ ଚାଷ ପାଇଁ ପାଣି ଛାଡ଼ିବା ସମ୍ଭବ ହେଉନାହିଁ। ଯାହାକି ପ୍ରଶାସନକୁ ଚିନ୍ତାରେ ପକାଇଛି।
 

ପ୍ରକାଶ ଯେ ୨୦୧୨ ବର୍ଷରେ ପାଣି ପଞ୍ଚାୟତ ନିୟମ ଓ କୋର୍ଟର ନିୟମ ଅନୁଯାୟୀ ରବି ଚାଷ ପାଇଁ ରୋଟେସନରେ ଜିରୋ ପଏଣ୍ଟଠାରୁ ୫ ନଂ ଓ ବାମ କେନାଲ ୧୭ରୁ ୨୦ ନଂ ପାଣି ପାଞ୍ଚାୟତକୁ ଗୋଟିଏ ବର୍ଷ ଓ ଶେଷ ମୁଣ୍ଡ ୬ ନଂଠାରୁ ୧୬ ନଂ ପର୍ଯ୍ୟନ୍ତ ଗୋଟିଏ ବର୍ଷ ରବି ଚାଷ ପାଇଁ ଦେବାକୁ ନିଷ୍ପତ୍ତି ହୋଇଥିଲା। ଯାହାକି ୨୦୧୫ ମସିହାରୁ ଏହି ନିୟମ ଲାଗୁ ହୋଇଥିଲା। ଗତବର୍ଷ ଜିରୋ ପଏଣ୍ଟଠାରୁ ୫ ନଂ ଓ ବାମ କେନାଲ ୧୭ରୁ ୨୦ ନଂ ପାଣି ପଞ୍ଚାୟତକୁ ପାଣି ଦିଆଯାଇଥିଲା।

ସେହି ନିୟମ ଅନୁଯାୟୀ ଚଳିତ ବର୍ଷ ରବି ଚାଷ ପାଇଁ ୬ ନଂରୁ ୧୬ ନଂ ପାଣି ପଞ୍ଚାୟତ ପାଣି ପାଇବା କଥା। ଜତ ୧୨ ତାରିଖ ଦିନ ଜିଲ୍ଲାପାଳଙ୍କ ସଦ୍‌ଭାବନା କକ୍ଷରେ ସମସ୍ତ ପାଣି ପଞ୍ଚାୟତକୁ ନେଇ ବୈଠକ ହୋଇଥିଲା ଓ ଏହି ନିଷ୍ପତ୍ତି ନିଆଯାଇଥିଲା। ହେଲେ ତଳମୁଣ୍ଡର ଚାଷୀମାନେ ଏହାକୁ ବିରୋଧ କରି ନୂଆପଡ଼ା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍‌ ଘେରାଉ କରିଥିଲେ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଏହା ପରେ ତଳମୁଣ୍ଡକୁ ପାଣି ଦେବା ନେଇ ପଞ୍ଚମପୁର ସବ୍‌ ମାଇନର କେନାଲ ଶିବ ମନ୍ଦିରଠାରେ ଏକ ବୈଠକ କରି ପ୍ରକଳ୍ପରୁ ପାଣି ଛାଡ଼ିବାକୁ ବିରୋଧ କରି ସେଠାରେ ଧାରଣା ଦିଆଯାଇଥିଲା।

ଏହାକୁ ନେଇ ଶେଷମୁଣ୍ଡର ଚାଷୀ ଗୁରୁବାର ଉତ୍ତେଜିତ ହୋଇ ଡୁମେରପାଣି ଓ ଶାଖାତୋରା କେନାଲ ପତେରା ରାସ୍ତାକୁ ଗଛ ପକାଇ ଅବରୋଧ କରିଥିଲେ। ସେମାନଙ୍କର ଦାବି ଯେ ନିୟମକୁ ତଳମୁଣ୍ଡର ଚାଷୀ ଗ୍ରହଣ କରୁନାହାନ୍ତି ଓ ଆମ ଅଞ୍ଚଳରେ ଡ୍ୟାମ ଅଛି, ଆମେ ବ୍ୟବହାର କରିବୁ ବୋଲି କହୁଛନ୍ତି।

ତାହେଲେ ଶେଷ ମୁଣ୍ଡରେ ନୂଆପଡ଼ା, ଖରିଆରରୋଡ଼ ସହ ଅନ୍ୟାନ୍ୟ ଅଫିସକୁ ସେମାନଙ୍କୁ ଛଡ଼ା ଯିବ ନାହିଁ ବୋଲି ଦାବି କରି ରାସ୍ତା ଅବରୋଧ କରାଯାଇଥିଲା। ଦୁଇଘଣ୍ଟା ରାସ୍ତା ଅବରୋଧ ପରେ ପୁଲିସର ହସ୍ତକ୍ଷେପ ପରେ ଅବରୋଧ ହଟିଥିଲା। ସେହିପରି ତଳମୁଣ୍ଡ ଚାଷୀଙ୍କୁ ନେଇ ଧରମବନ୍ଧା ଥାନାରେ ନିର୍ବାହୀ ଶଶାଙ୍କ ଶେଖର ନନ୍ଦ ଆଲୋଚନା କରିଥିଲେ। ଚଳିତ ବର୍ଷ ପାଣି ଡ୍ୟାମରେ ଅଧିକ ଥିବାରୁ ତଳମୁଣ୍ଡକୁ ମଧ୍ୟ ପାଣି ଦେବାକୁ ଚାଷମାନେ ଦାବି କରିଥିଲେ।

ଏପରିକି ତଳମୁଣ୍ଡ ଚାଷୀମାନେ ଶେଷମୁଣ୍ଡକୁ ପାଣି ଛାଡ଼ିବାକୁ ଅରାଜି ଅଛନ୍ତି। ଏନେଇ ଉଭୟ ମୁଣ୍ଡର ଚାଷୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ୨୦୧୨ ପରିି ପ୍ରଶାସନ ଏକ ଶାନ୍ତି କମିଟି ଗଠନ କରି ସମସ୍ୟାର ସମାଧନ କରିବାକୁ ଦାବି ହେଉଛି। ନଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କା ହେବ। ତଳମୁଣ୍ଡରୁ ଖୁଟମନ ଭେଲା, ସରପଞ୍ଚ ଦିଲ୍ଲୀପ ମାଝୀ, ସାରାବଙ୍ଗ ସରପଞ୍ଚ ଭରତଲାଲ ରାଉତ ଓ ଶେଷମୁଣ୍ଡରେ ଶୀର୍ଷ ପାଣି ପଞ୍ଚାୟତ ସଭାପତି ରାଜେଶ ନିଗମ, ଚକଳୁ ମିଶ୍ର, ପ୍ରମୋଦ ସାହୁ, ମହେଶ ନିଆଲ ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ।

image