30 March 2017
8:04:53 AM
Sambad News
ନୂଆପଡ଼ା

ବିଦ୍ୟୁତ ଖୁଣ୍ଟକୁ ପିଟିଲା ତେଲ ଟ୍ୟାଙ୍କର

ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟାହତ, ଆନ୍ଦୋଳନ ପ୍ରସ୍ତୁତି

By Sambad | Date: Dec 31 2016 10:11AM
ବିଦ୍ୟୁତ ଖୁଣ୍ଟକୁ ପିଟିଲା ତେଲ ଟ୍ୟାଙ୍କର

ସଇଁତଳା,: ସଇଁତଳା ଗ୍ରାମ ଜାତୀୟ ରାଜପଥ ୨୬ର ନିକଟରେ ଥିବା ୟୁପି ସ୍କୁଲ ସାମ୍ନାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଗୁରୁବାର ରାତ୍ର ପ୍ରାୟ ୧୦ଟା ସମୟରେ ଭବାନୀପାଟଣାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଗ୍ରାମର ବିଭିନ୍ନ ପଡ଼ାକୁ ଯାଇଥିବା ଅଧିକାଂଶ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଫଳରେ ଅଳ୍ପକେ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇଯାଇଥିବା ଜଣାଯାଏ। ଏହା ଦ୍ୱାରା ଗାଁର ଅଧିକାଂଶ ବିଦ୍ୟୁତ ତାର ଛିଣ୍ଡିଯାଇଥିବାରୁ ଗୁରୁବାର ରାତିରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିଦ୍ୟୁତ ଆସି ନାହିଁ।

ସେହିଭଳି ଛିଣ୍ଡିଥିବା ତାର ଲଗାଇବାକୁ ଆହୁରି ଦୁଇ ତିନିଦିନ ସମୟ ଲାଗିବ ବୋଲି ବିଦ୍ୟୁତ ବିଭାଗର କର୍ମଚାରୀ କହୁଛନ୍ତି। ଏହି ଟ୍ୟାଙ୍କର ଧକ୍କାରେ ଡ୍ରାଇଭର କିମ୍ବା ଖଲାସି କୌଣସି ପ୍ରକାରର ଆଘାତ ହୋଇ ନଥିଲେ ମଧ୍ୟ ଧକ୍କା ହେବା ସଙ୍ଗେ ସଙ୍ଗେ ବିଦ୍ୟୁତ ଚାଲିଯିବାରୁ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇଯାଇଥିବା କୁହାଯାଉଛି। ସଇଁତଲା ସହରକୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ନିକଟସ୍ଥ ଲାନ୍ଥ ନଦୀରୁ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଇଥାଏ। ସ୍ଥାନୀୟ ଆର.ଆଇ. ଅଫିସ ସାମ୍ନାରେ ପାଇପ ଫାଟି ଯାଇଥିବାରୁ ସପ୍ତାହେ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ପଡିରହିଛି। ଦଶ ହଜାରରୁ ଅଧିକ ଜନସଂଖ୍ୟା ସଇଁତଲା ଗ୍ରାମରେ ବିଦ୍ୟୁତ ଏବଂ ପାଣି ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଯୋଜନା କରୁଥିବା ଜଣାଯାଏ।