26 June 2017
3:50:00 AM
Sambad News
ନୂଆପଡ଼ା

ଗାଁକୁ ଫେରିଲାନି ଦାଦନ ଶବ

ପୁଅକୁ ଶିକ୍ଷିତ କରିବା ସ୍ୱପ୍ନରେ ଲକ୍ଷ୍ନୌ ଯାଇଥିଲେ

By Sambad | Date: Jan 3 2017 2:07AM
ଗାଁକୁ ଫେରିଲାନି ଦାଦନ ଶବ
Photo by : cdn.accrafm.com

ନୂଆପଡ଼ା : ପୁଅକୁ ଉଚ୍ଚ ଶିକ୍ଷିତ କରାଇବା ଆଶାରେ ଦାଦନ ଖଟିବାକୁ ସୁଦୂର ଲକ୍ଷ୍ନୌ ଯାଇଥିବା ନୂଆପଡ଼ା ଜିଲ୍ଲା ସଦର ମହକୁମା ବ୍ଲକ୍‌ ଦର୍ଲିମୁଣ୍ଡା ପଞ୍ଚାୟତର  ରବୀନ୍ଦ୍ର ଶବର (୪୫) ଆଉ ଗାଁକୁ ଫେରିପାରିଲେନି। ଅସୁସ୍ଥତା କାରଣରୁ ତାଙ୍କର ସେଠାରେ ମୃତ୍ୟୁ ଘଟିଥିବା ବେଳେ ଆର୍ଥିକ ଅଭାବ ଯୋଗୁଁ ରବୀନ୍ଦ୍ରଙ୍କ ଶବକୁ ସେଠାରେ ସତ୍କାର କରାଯିବା ଘଟଣା ଆଲୋଡ଼ନ ଆଣିଛି। 
 
ରବୀନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀଙ୍କ କହିବା ଅନୁସାରେ, ବଡ଼ ପୁଅ ବିଶ୍ୱଜିତ(୧୬) ଗତବର୍ଷ ମାଟ୍ରିକ ପାସ କରିବା ପରେ କଲେଜରେ ପଢ଼ିବାକୁ ଇଚ୍ଛା କରିଥିଲା। ମାତ୍ର କେଉଁଠି ଟଙ୍କା ଯୋଗାଡ଼ ହୋଇ ପାରିଲାନି। ଏହାଛଡ଼ା ଗାଁରେ କାମଧନ୍ଦା ମଧ୍ୟ ଠିକ୍‌ରେ ମିଳିଲାନି। ଶେଷରେ ବେଲଟୁକୁରୀର ଦଲାଲଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ଆଣି ପାଇକମାଳସ୍ଥିତ ବିନ୍ଧ୍ୟବାସିନୀ କଲେଜରେ ପୁଅର ନାମ ଲେଖାଇଥିଲୁ। ନାମ ଲେଖା ବାବଦକୁ ୫ ହଜାର ଟଙ୍କା ଦେଇଥିବା ବେଳେ  ପୁଅର କଲେଜ ପୋଷାକ ଓ ବହିପତ୍ର ପାଇଁ କିଛି ଖର୍ଚ୍ଚ କରିଛନ୍ତି। ଏଥି ସହିତ ପୁଅର କଲେଜ ଯିବା ଆସିବା ବାବଦକୁ ଦୈନିକ୨୦ ଟଙ୍କା ଖର୍ଚ୍ଚ ହେଉଛି। 
 
ତେବେ ଦଲାଲ୍‌ ଠାରୁ ଆଣିଥିବା ଟଙ୍କା ପରିଶୋଧ ପାଇଁ  ଗତ ଡିସେମ୍ବର ୪ ତାରିଖରେ ନିଜ ପତ୍ନୀ, ୩ ବର୍ଷର ପୁଅ ଆଦିତ୍ୟ ଓ ଶଳା ଆନନ୍ଦ ଶବରଙ୍କ ସହ ରବୀନ୍ଦ୍ର ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରକୁ ଇଟା ଗଢ଼ିବାକୁ ଯାଇଥିଲେ। ସେଠାରେ ରବୀନ୍ଦ୍ରଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା ଓ ଗତ ୨୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଟଙ୍କା ଅଭାବରୁ ଶବ ଗାଁକୁ ଆଣିବା ସମ୍ଭବ ନ ହେବାରୁ ସ୍ତ୍ରୀ ଓ ଶଳା ସେଠାରେ ଶବ ସତ୍କାର କରି ଘରକୁ ଫେରିଥିଲେ।