28 May 2017
5:58:44 PM
image
Sambad News
ନୂଆପଡ଼ା

ପୁଲିସ ଶୁଣିଲାନି, ପ୍ରତାରିତା ପ୍ରେମିକା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

By Sambad | Date: Jan 3 2017 5:25AM
ପୁଲିସ ଶୁଣିଲାନି, ପ୍ରତାରିତା ପ୍ରେମିକା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା: ପ୍ରେମିକ ଦ୍ୱାରା ପ୍ରତାରିତା ଜଣେ ପ୍ରେମିକା ପ୍ରଥମେ ପୁଲିସଠାରେ ଅଭିଯୋଗ କରିଥିଲେ। ସେଠାରୁ ନ୍ୟାୟ ନ ମିଳିବାରୁ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିଥିବା ଜଣାଯାଇଛି। ଏହାଛଡ଼ା ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
 

ଅଭିଯୋଗରୁ ପ୍ରକାଶ ଯେ ପରସଖୋଲ ନିବାସୀ ନବୀନ ସାହୁ ତାଙ୍କୁ ଗତ ଜୁନ୍‌ ୨୪ ତାରିଖଠାରୁ ଭଲ ପାଉଥିଲା। ବିବାହକୁ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ଏପରିକି ନବୀନ ବିଭିନ୍ନ ସ୍ଥାନ ବୁଲାଇ ନେଇ ଦୁଷ୍କର୍ମ କରିଥିଲା। ଶେଷରେ ଗତ ଅଗଷ୍ଟ ୧୯ ତାରିଖ ଦିନ ଛାଡ଼ି ଫେରାର ହୋଇଯାଇଛି। ଏନେଇ ଗତ ଅଷ୍ଟେ ୨୨ ତାରିଖ ଦିନ ନୂଆପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ହେଲେ ପୁଲିସ କିଛି ପଦକ୍ଷେପ ନେଲା ନାହିଁ। ଶେଷରେ ସରସଖୋଲ ଗ୍ରାମବାସୀ ନବୀନକୁ ଖୋଜି ଗାଁକୁ ଆଣିଥିଲେ। ପରେ ମୋତେ ଡକାଇ ନବୀନଠାରୁ ଏକ ଏଗ୍ରିମେଣ୍ଟ କରାଯାଇଥିଲା ଓ ନବୀନ ମୋତେ ଘରକୁ ନେଇଥିଲା। କିନ୍ତୁ ଦୈନିକ ମାଡ଼ ମାରିଲା। ଘରକୁ ଯିବାକୁ ଧମକ ଦେଲା। ନହେଲେ ରାୟପୁରରେ ବିକ୍ରି କରିଦେବ ବୋଲି କହିଲା। ଶେଷରେ ଟ୍ରେନ୍‌ ଲାଇନାରେ ପକାଇ ମାରିଦେବ ବୋଲି ଧମକ ଦେଉଛି। ଏଣୁ ଜୀବନ ପ୍ରତି ବିପଦ ରହିଛି। ମୁଁ ଅନ୍ୟ ଜାତିର ପିଲାକୁ ଭଲ ହୋଇଥିବାରୁ ମୋ ବାପା, ମା’ ଘରୁ ବାହାର କରି ଦେଇଛନ୍ତି। ମୋତେ ନ୍ୟାୟ ଦିଅନ୍ତୁ ବୋଲି ଏହି ଯୁବତୀ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
 

image