23 May 2017
6:37:30 AM
image
Sambad News
ନୂଆପଡ଼ା

ଖଡ଼ିଆଳରେ ଛେଳି ମଡ଼କ : ସପ୍ତାହକ ମଧ୍ୟରେ ୧୦୦ ମଲେଣି

By Sambad | Date: Jan 7 2017 6:16AM
ଖଡ଼ିଆଳରେ ଛେଳି ମଡ଼କ : ସପ୍ତାହକ ମଧ୍ୟରେ ୧୦୦ ମଲେଣି

ଖଡ଼ିଆଳ : ଖଡ଼ିଆଳ ବ୍ଲକ୍‌ରେ ସପ୍ତାହକ ମଧ୍ୟରେ ଛେଳି ମଡ଼କରେ ଶତାଧିକ ଛେଳି ମରିଥିବା ବେଳେ ଛେଳି ପାଳନ କରିଥିବା ଲୋକଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ବ୍ଳକ୍‌ର ଲଛିପୁର, ନରସିଂହପୁର ଓ ସରଗାଦିରେ ସପ୍ତାହକ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଛେଳି ମୃତ୍ୟୁବରଣ କରିଥିବା ବେଳେ ଛେଳିମାନଙ୍କୁ ଚିକିତ୍ସା କରାଯିବା ସହ ଔଷଧ ଦିଆଗଲେ ମଧ୍ୟ ଭଲ ହେଉନଥିବା ଲୋକେ ପ୍ରକାଶ କରିଛନ୍ତି। ଛେଳି ରଡ଼ି ଓ ବୋବାଳି ଛାଡ଼ିବା ପରେ କିଛି ସମୟ ବ୍ୟବଧାନରେ ମୃତ୍ୟୁବରଣ କରୁଥିବା ଲୋକେ ପ୍ରକାଶ କରିଛନ୍ତି। କେବଳ ନରସିଂହପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଛେଳି ମରିଛନ୍ତି।

image