28 May 2017
5:58:57 PM
image
Sambad News
ନୂଆପଡ଼ା

ସୂତା କଳ ମାଲିକ ଅପହରଣ ମାମଲା

ମୁଖ୍ୟ ଅଭିଯୁକ୍ତ ଅନିଲ ବଂସଲ ଗିରଫ

By Sambad | Date: Jan 12 2017 9:39AM
ସୂତା କଳ ମାଲିକ ଅପହରଣ ମାମଲା


ବଙ୍ଗୋମୁଣ୍ଡା:  ସୁନ୍ଦରଗଡ଼ ଜିଲ୍ଲାର ସୂତା କଳ ମାଲିକ  ପ୍ରତୀକ ପାତୋଡ଼ିଆ ଅପହରଣ ମାମାଲରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଅନିଲ ବଂସଲକୁ ବୁଧବାର ଗିରଫ କରିଛି ବଙ୍ଗୋମୁଣ୍ଡା ପୁଲିସ। କଣ୍ଟାବାଞ୍ଜିରୁ ଖଡ଼ିଆଳ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡା ପୁଲିସ୍‌ ରାସ୍ତା ବ୍ଲକିଂ କରିବା ସହ ସଜାଗ ରହିଥିଲା। ଏହି ସମୟରେ ଏକ ଟାଟା ଇଆଇଗୋ କାର୍‌ରେ ଯାଉଥିବା ଅନିଲ୍‌ ବଂସଲକୁ କାବୁ କରାଯାଇଥିଲା। ପ୍ରକାଶଥାଉ କି ଏହି ମାମଳାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅନିଲ ଫେରାର୍‌ ଥିଲା।

image