21 January 2017
4:16:13 PM
image
Sambad News
ରାଜ୍ୟ

ମୃତ ମହାବଳ ବାଘ ଉଦ୍ଧାର

By Sambad | Date: Dec 28 2016 9:52PM
ମୃତ ମହାବଳ ବାଘ ଉଦ୍ଧାର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ଅନ୍ତର୍ଗତ ଲଖନା ଥାନା ଡେଡେଙ୍ଗା ଜଙ୍ଗଲରୁ ମାତ୍ର ୯ କିମି ଦୂର ଚୋରମୁଣ୍ଡା ଜଙ୍ଗଲରୁ ଏକ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳ ବଲାଙ୍ଗୀର ଜିଲ୍ଲା ଅଞ୍ଚଳରେ ବୋଲି ସୂଚନା ଦିଆଯାଇଛି। ବନ ବିଭାଗ ବାଘର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଜିଲ୍ଲା ଲାଠୋରକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହାବଳ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ।