30 May 2017
11:01:52 AM
image
Sambad News
ରାଜନୀତି

ପଞ୍ଚାୟତ ନିର୍ବାଚନ ୨୦୧୭ : ପ୍ରଥମ ଦିନରେ ଦାଖଲ ହେଲା ୨୬୫ ପ୍ରାର୍ଥୀପତ୍ର

By Sambad | Date: Jan 12 2017 1:53AM
ପଞ୍ଚାୟତ ନିର୍ବାଚନ ୨୦୧୭ : ପ୍ରଥମ ଦିନରେ ଦାଖଲ ହେଲା ୨୬୫ ପ୍ରାର୍ଥୀପତ୍ର

ପୁରୀ : ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ଠାରୁ ଆରମ୍ଭ ହୋଇଛି ନାମଙ୍କନ ପ୍ରକ୍ରୀୟା। ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ କରି ନଥିବା ବେଳେ ୱାର୍ଡର୍ ମେମ୍ବର, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ୨୬୫ ନାମାଙ୍କନ ହୋଇଛି। ଓ୍ଵାର୍ଡ଼ମେମ୍ବର ପାଇଁ ୨୦୭ ନାମାଙ୍କନ ହୋଇଥିବା ବେଳେ ସରପଞ୍ଚ ପାଇଁ ୩୬ ଓ ସମିତିସଭ୍ୟ ପାଇଁ ୨୨ ନାମାଙ୍କନ ହୋଇଛି। ଅସ୍ତରଙ୍ଗ, କାକଟପୁର, ପୁରୀ ସଦର ଓ ନିମାପଡ଼ାରେ କେବଳ ୱାର୍ଡ଼ମେମ୍ବର ପାଇଁ ଯଥାକ୍ରମେ ୧୦, ୩, ୨୫ ଓ ୧୩ଟି ନାମାଙ୍କନ ହୋଇଥିବା ବେଳେ ସତ୍ୟବାଦୀରେ କେବଳ ୩ଟି ପଞ୍ଚାୟତ ସମିତି ପଦ ପାଇଁ ନାମାଙ୍କନ ହୋଇଛି। କଣାସରେ ସର୍ବାଧିକ ନାମାଙ୍କନ ହୋଇଛି। 
 
ୱାର୍ଡ଼ ମେମ୍ବର ପଦ ପାଇଁ ୪୫ ହୋଇଥିବା ବେଳେ ସରପଞ୍ଚ ପାଇଁ ୫ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ଗୋଟିଏ ନାମାଙ୍କନ ହୋଇଛି। ଗୋପରେ ୱାର୍ଡର୍ ମେମ୍ବର ପଦ ପାଇଁ ୩୨, ସରପଞ୍ଚ ପାଇଁ ୧୧ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ୨, ପିପିଲିରେ ୱାର୍ଡର୍ ମେମ୍ବର ପଦ ପାଇଁ ୩୧, ସରପଞ୍ଚ ପାଇଁ ୯ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ୧୦, ଡେଲାଙ୍ଗରେ ୱାର୍ଡର୍ ମେମ୍ବର ପଦ ପାଇଁ ୧୯, ସରପଞ୍ଚ ପାଇଁ ୫ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ୨, ବ୍ରହ୍ମଗିରିରେ ୱାର୍ଡ଼ ମେମ୍ବର ପଦ ପାଇଁ ୨୪, ସରପଞ୍ଚ ପାଇଁ ୦୬ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ୨, କୃଷ୍ଣପ୍ରସାଦରେ ୱାର୍ଡ଼ ମେମ୍ବର ପଦ ପାଇଁ ୫, ସରପଞ୍ଚ ପାଇଁ ୦ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ୨ ନାମାଙ୍କନ ହୋଇଛି। ଏହି ନାମାଙ୍କନ ଆସନ୍ତ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସମୟ ରହିଛି।

କଂଗ୍ରେସରେ ଯୋଗ ଦେଲେ ଶତାଧିକ ବିଜେଡି କର୍ମୀ
ଗୋପ : ଗୋପ ବ୍ଲକ  ଗଣେଶ୍ୱରପୁର ପଞ୍ଚାୟତର ୭ ନମ୍ବର ୱାର୍ଡ ସଭ୍ୟ ଭାସ୍କର ପ୍ରଧାନଙ୍କ ସମେତ ଶତାଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗ ଦେଇଥିବା ସରପଞ୍ଚ ଶୁଭାସିନି ରାୟ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର (ରମୁ)ଙ୍କ ଅଧକ୍ଷତାରେ ସମସ୍ତ କର୍ମୀ ବେଦପୁର ପଞ୍ଚାୟତ ମା ଜାଗୁଳାଇଙ୍କ ପୀଠରେ ଏକଜୁଟ ହୋଇ କଂଗ୍ରେସରେ ସାମିଲ ହୋଇଥିେଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସଦସ୍ୟ ସ୍ମୃତି ପ୍ରକାସ ନନ୍ଦ, ପ୍ରମୋଦ ରାୟ, ସରପଞ୍ଚ ସୁଭାସୀନି ରାଏ , ଭଗବାନ ଦଳାଇ, ଗୋବିନ୍ଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

image