23 February 2017
8:16:41 AM
Sambad News
ରାଜନୀତି

ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନ : ଦଶପଲ୍ଲା ବ୍ଲକ୍‌: ସରପଞ୍ଚ ପାଇଁ ୧୦, ସମିତି ସଭ୍ୟ ପାଇଁ ୨ ନାମାଙ୍କନ

By Sambad | Date: Jan 12 2017 2:30AM
ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନ : ଦଶପଲ୍ଲା ବ୍ଲକ୍‌: ସରପଞ୍ଚ ପାଇଁ ୧୦, ସମିତି ସଭ୍ୟ ପାଇଁ ୨ ନାମାଙ୍କନ

ଦଶପଲ୍ଲା : ଆଜିଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିବା ବେଳେ ଦଶପଲ୍ଲା ବ୍ଲକ୍‌ର ୨୦ଟି ପଞ୍ଚାୟତରେ ୧୦ଜଣ ସରପଞ୍ଚ, ୨ଜଣ ସମିତିସଭ୍ୟ ଓ ୨୭ ଜଣ ଓ୍ଵାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନା ମୁତାବକ ଦଶପଲ୍ଲା ବ୍ଲକର ୨୦ଟି ପଞ୍ଚାୟତ ମଧ୍ୟରୁ ୫ଟି ପଞ୍ଚାୟତରେ କୌଣସି ନାମାଙ୍କନପତ୍ର ଦାଖଲ କରାଯାଇ ନଥିବା ବେଳେ ୧୩ଟି ପଞ୍ଚାୟତରେ ସରପଞ୍ଚ, ୧୮ଟି ପଞ୍ଚାୟତରେ ସମିତିସଭ୍ୟ ଓ ୭ଟି ଓ୍ଵାର୍ଡରେ ଓ୍ଵାର୍ଡ ମେମ୍ବର ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। 

 
ଭାପୁରରେ ସମିତିସଭ୍ୟ ପାଇଁ ୨ ପ୍ରାର୍ଥିପତ୍ର
ଭାପୁର : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ପ୍ରଥମ ଦିନରେ ଭାପୁର ବ୍ଲକ୍‌ର ୨୦ଟି ପଞ୍ଚାୟତରୁ ପ୍ରଥମ ଦିନରେ କରବର ପଞ୍ଚାୟତରୁ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ଏବଂ ବାଇଗୁଣ୍ଡିଆ ପଞ୍ଚାୟତରୁ ଗୋବିନ୍ଦ ନାୟକ ସମିତିସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ବିଭିନ୍ନ ପଞ୍ଚାୟତର ଓ୍ଵାର୍ଡରୁ ୨୭ଜଣ ଓ୍ଵାର୍ଡସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନେ ସେମାନଙ୍କ ସମର୍ଥକଙ୍କ ସହ ଆଜି ନାମାଙ୍କନ ଦାଖଲ କରିଥିଲେ।