25 July 2017
6:11:28 PM
image
Sambad News
ରାଜନୀତି

ସରପଞ୍ଚ ଆଶାରେ ଅଙ୍ଗନବାଡ଼ି କର୍ମୀ ଚାକିରି ଛାଡ଼ିଲେ

By Sambad | Date: Jan 12 2017 5:57AM
ସରପଞ୍ଚ ଆଶାରେ ଅଙ୍ଗନବାଡ଼ି କର୍ମୀ ଚାକିରି ଛାଡ଼ିଲେ

ପାତ୍ରପୁର : ସରପଞ୍ଚ ପଦ ପାଇଁ ଆଶାୟୀ ହୋଇ ନିର୍ବାଚନ ଲଢିବାକୁ ଚାକିରି ଛାଡ଼ିଛନ୍ତି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ କାର୍ଯ୍ୟରତ ଅଙ୍ଗନଓ୍ଵାଡ଼ି କର୍ମୀ ଲଳିତା ପ୍ରଧାନ। ପାତ୍ରପୁର ସିଡିପିଓଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ଖୁବ୍‌ ଶୀଘ୍ର ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ୨୦୦୯ ମସିହାରେ ଲଳିତା ଆଙ୍କୁଲି ପଞ୍ଚାୟତର ଏଲଗଲରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ। ମହିଳାମାନଙ୍କ ପାଇଁ ଯଦିଓ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି, ତେବେ ଅଧିକାଂଶ ମହିଳା ରବର ଷ୍ଟାମ୍ପ ଭଳି କାର୍ଯ୍ୟ କରୁଛନ୍ତି। ତେଣୁ ପ୍ରକୃତ ଉନ୍ନତି ହେଉନାହିଁ। ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଆଙ୍କୁଲି ପଞ୍ଚାୟତର ବିକାଶ ପାଇଁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି ଲଳିତା କହିଛନ୍ତି। ତାଙ୍କର ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଦିଗରେ ଆଉ ପାଦେ ସହାୟକ ହେବ ବୋଲି ତାଙ୍କର କେତେକ ମହିଳା ସମର୍ଥକ କହିଛନ୍ତି।