30 April 2017
10:30:42 AM
image
Sambad News
ରାଜନୀତି

ଦିଲ୍ଲୀ ମହିଳା କଂଗ୍ରେସ ମୁଖ୍ୟଙ୍କ ଇସ୍ତଫା, ରାହୁଲଙ୍କୁ ଅଯୋଗ୍ୟ କହିଲେ

By Sambad | Date: Apr 21 2017 12:09AM
ଦିଲ୍ଲୀ ମହିଳା କଂଗ୍ରେସ ମୁଖ୍ୟଙ୍କ ଇସ୍ତଫା, ରାହୁଲଙ୍କୁ ଅଯୋଗ୍ୟ କହିଲେ

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସକୁ  ଆଜି ଆଉ ଏକ ବଡ଼ ଝଟ୍‌କା ମିଳିଛି। ଦିଲ୍ଲୀ ମହିଳା କଂଗ୍ରେସ ମୁଖ୍ୟ ବର୍ଖା ଶୁକ୍ଳା ଆଜି ତାଙ୍କ ପଦରୁ ଇସ୍ତଫା ଦେବା ସହ  ଦଳର ଉପସଭାପତି ରାହୁଲ ଗାନ୍ଧୀ ଏବଂ ପ୍ରଦେଶ ମୁଖ୍ୟ ଅଜୟ ମାକେନଙ୍କୁ ଭର୍ତ୍ସନା କରିଛନ୍ତି। କଂଗ୍ରେସର ନେତୃତ୍ୱ ନେବାପାଇଁ ରାହୁଲ ଗାନ୍ଧୀ ଅଯୋଗ୍ୟ ଏବଂ ମାନସିକସ୍ତରରେ ତାଙ୍କର ସାମର୍ଥ୍ୟ ନାହିଁ ବୋଲି   ବର୍ଖା କହିଛନ୍ତି। ଆଜି ଗଣମାଧ୍ୟମକୁ ତାଙ୍କର ଇସ୍ତଫା ପତ୍ର ଜାରି କରି ବର୍ଖା କହିଛନ୍ତି ଯେ ଦଳରେ ମହିଳା ନେତ୍ରୀଙ୍କ ସ୍ଥିତି ବିପନ୍ନ ଏବଂ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ନାନା ଧମକ ଦିଆଯାଉଛି ।  ମହିଳାଙ୍କ କ୍ଷେତ୍ରରେ ହେଉଥିବା ଶୋଷଣ ପ୍ରତି  ରାହୁଲ ଆଖି ବୁଜି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାହୁଲ ଦଳର ସମସ୍ୟାକୁ ଅଣଦେଖା କରିବା ସହ କର୍ମୀଙ୍କୁ ଲୁଚୁଛନ୍ତି ଏବଂ କାହାର ପ୍ରଶ୍ନର ସମ୍ମୁଖୀନ ହେବାକୁ ସାହସ କରିପାରୁ ନାହାନ୍ତି ବୋଲି ବର୍ଖା କହିଛନ୍ତି। ଏପ୍ରିଲ ୨୩ରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପୂର୍ବରୁ ବର୍ଖାଙ୍କ ଇସ୍ତଫାକୁ ନେଇ କଂଗ୍ରେସ ରାଜନୀତି ସରଗରମ ରହିଛି।

image