30 April 2017
10:32:15 AM
image
Sambad News
ରାଜ୍ୟ

୪ଟି ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ୧ରେ

By Sambad | Date: Apr 21 2017 2:15AM
୪ଟି ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ୧ରେ

ଭୁବନେଶ୍ୱର : ବୁଧବାର ନିର୍ବାଚନ ସରିଥିବା ୪ ବ୍ଲକ ଅର୍ଥାତ୍‌ ପର୍ଜଙ୍ଗ, କୋଲାବିରା, ଭବାନୀପାଟଣା ଓ ରେଙ୍ଗାଲି ପଞ୍ଚାୟତ ସମିତି ପାଇଁ ଆସନ୍ତା ୧ ତାରିଖରେ  ଅଧ୍ୟକ୍ଷ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ କମିସନ ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୨ ତାରିଖ ଦିନ ଏସବୁ ବ୍ଲକରେ ଉପାଧ୍ୟକ୍ଷ ନିର୍ବାଚନ କରାଯିବ। ସେପଟେ ଗଣିଆ ୮ ନମ୍ବର ଜିଲ୍ଲା ପରିଷଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ କମିସନଙ୍କ ପକ୍ଷରୁ କୁହାଯାଇଛି। 
 
ଏକ ପ୍ରେସ ବିଜ୍ଞପ୍ତିରେ କମିସନ କହିଛନ୍ତି, ଗଣିଆ ୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଓ ୪ଟି ବ୍ଲକର ସମସ୍ତ ସମିିତି ସଭ୍ୟ ସମେତ ୩ଟି ସରପଞ୍ଚ, ଗୋଟିଏ ସମିତି ସଭ୍ୟ ଏବଂ ୯ଟି ଓ୍ଵାର୍ଡ ମେମ୍ବର ପାଇଁ ଗତକାଲି ହୋଇଥିବା ନିର୍ବାଚନ ଫଳାଫଳ ଆଜି ବ୍ଲକ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଗଣିଆରେ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାରଣା ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମନୋରଂଜନ ମହାପାତ୍ରଙ୍କୁ ୪୧୯୮ଟି ଭୋଟରେ ପରାସ୍ତ କରିଛନ୍ତି।
 
ଆସନ୍ତା ୨୧ ତାରିଖରେ ବିଜୟୀ ସମିତି ସଭ୍ୟଙ୍କ ତାଲିକା ଜିଲ୍ଲାପାଳଙ୍କ ଗେଜେଟ୍‌ରେ ଓ  ୨୨ ତାରିଖରେ ନିର୍ବାଚନ କମିସନଙ୍କ ଦ୍ୱାରା ଗେଜେଟ୍‌ ପ୍ରକାଶିତ ହେବ। ଏହା ପରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ହେବ।

image