23 August 2017
3:32:32 PM
image
Sambad News
ମହାନଗର

ତାତିରେ ସଝିଲେ ବିଜେପି କର୍ମୀ

By Sambad | Date: Apr 21 2017 5:33AM
ତାତିରେ ସଝିଲେ ବିଜେପି କର୍ମୀ

ନେପାଳ ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟା ୫୦ରେ ବିମାନବନ୍ଦରରେ ପହଞ୍ଚିବାକୁ ଥିବା ବେଳେ ଏହାର ଦୁଇ ଘଣ୍ଟା ପୂର୍ବରୁ ବିଜେପି କର୍ମୀମାନେ ସ୍ୱାଗତ ଲାଗି ପୁରୁଣା ବିମାନବନ୍ଦରରେ ଛିଡ଼ା ହୋଇଥିଲେ। ବାଦ୍ୟଯନ୍ତ୍ର ସମେତ ସ୍ୱାଗତମ୍‌ ପ୍ଲାକାର୍ଡ ଧରି ଶତାଧିକ ମହିଳା ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ହେଲେ ରାଷ୍ଟ୍ରପତିଙ୍କ ବିମାନ ବିଳମ୍ବରେ ପହଞ୍ଚିଥିଲା। ବିମାନ ଅପରାହ୍ନ ୨ଟା ୩୦ରେ ପହଞ୍ଚିବ ବୋଲି ସୂଚନା ମିଳିବା ପରେ କର୍ମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଥିଲା। ତଥାପି ବହୁ କଷ୍ଟରେ କର୍ମୀମାନେ ଅପରାହ୍ନ ୩ଟା ଯାଏ ଖରାରେ ଛିଡ଼ା ହୋଇଥିଲେ।
 

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜନୀତି 

ନେପାଳ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। ସେ କୌଣସି ପାର୍ଟିର ହୋଇ ନ ଥିଲେ ବି ବିଜେପିର ବରିଷ୍ଠ ନେତାମାନଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଛିଡ଼ା ହେବା ଚର୍ଚାର ଖୋରାକ ଯୋଗାଇଛି।  କେହି କେହି ମହିଳା ବିଜେପି ପତାକା ବି ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ବିଜେପିର ଏଭଳି କାର୍ଯ୍ୟକୁ ବିଜେଡି ନେତାମାନେ ନାପସନ୍ଦ କରିଛନ୍ତି।
 

ସାଙ୍ଗରେ ନେଲେ ଫୋଲ୍ଡର

ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏସ୍‌ଜି)ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସାମଗ୍ରୀ ବୁଲି ଦେଖିବା ସମୟରେ ମାନସୀ ପୃଷ୍ଟି ନାମକ ଜଣେ ଯୁବତୀ ରାଷ୍ଟ୍ରପତିଙ୍କୁ ଏକ ଫୋଲ୍ଡର ଉପହାର ଦେଇଥିଲେ। ଓଡ଼ିଶାର କଳାକୃତିକୁ ପ୍ରଶଂସା କରିବା ସହ ସେ ଫୋଲ୍ଡରକୁ ଗ୍ରହଣ କରିଥିଲେ। ତାହାକୁ ସାଙ୍ଗରେ ବି ନେଇଥିଲେ। ଆଉ ଏକ ଷ୍ଟଲରେ ଅଟକି ରହି ମହିଳାଙ୍କ ବାର୍ଷିକ ରୋଜଗାର ସମ୍ପର୍କରେ ପଚାରି ବୁଝିଥିଲେ।