25 July 2017
6:16:35 PM
image
Sambad News
ରାଜ୍ୟ

ପିସିସିର ସାଂଗଠନିକ ନିର୍ବାଚନ ନେଇ ବୈଠକ : ଯୋଗଦେଲେ ୫ କେନ୍ଦ୍ରୀୟ ନେତା

By Sambad | Date: May 19 2017 1:38AM
ପିସିସିର ସାଂଗଠନିକ ନିର୍ବାଚନ ନେଇ ବୈଠକ :  ଯୋଗଦେଲେ ୫ କେନ୍ଦ୍ରୀୟ ନେତା

ଭୁବନେଶ୍ୱର : ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସାଂଗଠନିକ ନିର୍ବାଚନ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ୫ ଜଣ ଏଆଇସିସି କର୍ମକର୍ତା ଯୋଗ ଦେଇଥିଲେ। 

 
ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଆଇସିସି ଦ୍ୱାରା ନିଯୁକ୍ତ  ରାଜ୍ୟ ନିର୍ବାଚନ ଅଧିକାରୀ ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ସୋମେନ୍‌ ମିତ୍ରଙ୍କ ସମେତ ବୈଠକରେ ସଂପାଦକ ଶୁଭଙ୍କର ସରକାର, ଅତିରିକ୍ତ ନିର୍ବାଚନ ଅଧିକାରୀ ଜୟଶଙ୍କର ପାଠକ, ଡ. ରାମ୍‌ଜୀ ଆନେପୁ ଏବଂ ପୂର୍ବତନ ସାଂସଦ ଜୟନ୍ତ ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାର ସଭାପତିମାନେ ବୈଠକରେ ଅଂଶଗ୍ରହଣ କରି ନିଜ ନିଜ ଜିଲ୍ଲାର ସଭ୍ୟ ସଂଗ୍ରହର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ।