17 August 2017
7:04:52 PM
Sambad News
ରାଜନୀତି

ଜେଡି (ୟୁ) ମୁଖ୍ୟ ନୀତିଶ କୁମାରଙ୍କୁ ଏନ୍‌ଡିଏରେ ଯୋଗ ଦେବାକୁ ଆମନ୍ତ୍ରଣ କଲେ ଅମିତ ଶାହା

By Sambad | Date: Aug 12 2017 1:23PM
ଜେଡି (ୟୁ) ମୁଖ୍ୟ ନୀତିଶ କୁମାରଙ୍କୁ ଏନ୍‌ଡିଏରେ ଯୋଗ ଦେବାକୁ ଆମନ୍ତ୍ରଣ କଲେ ଅମିତ ଶାହା
Photo Courtesy of TOI

ନୂଆଦିଲ୍ଲୀ: ରାଜ୍ୟରେ ଏକ ନୂତନ ସରକାର ଗଠନ କରିବାକୁ ଗୈରିକ ଦଳ ସହ ମେଣ୍ଟ କରିବା ପରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡି (ୟୁ) ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ଶାସକ ଏନ୍‌ଡିଏରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା।
 
ଗତକାଲି ମୋ ବାସଭବନରେ ମୁଁ ଜେଡି (ୟୁ) ଅଧ୍ୟକ୍ଷଙ୍କୁ ଭେଟିଥିଲି। ଏନ୍‌ଡିଏରେ ଯୋଗ ଦେବା ନିମନ୍ତେ ମୁଁ ଜେଡି (ୟୁ)କୁ ଆମନ୍ତ୍ରଣ କରିଛି ବୋଲି ଶନିବାର ଦିନ ଟୁଇଟ୍‌ କରି ଶାହା କହିଛନ୍ତି।
 
ବିହାରଭିତ୍ତିକ ଦଳ ଏନ୍‌ଡିଏରେ ଯୋଗଦେବା ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି। ଅଗଷ୍ଟ ୧୯ରେ ପାଟନାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏନ୍‌ଡିଏର ଜାତୀୟସ୍ତରୀୟ ସଭା ପରେ ଜେଡି (ୟୁ) ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଯୋଗ ଦେବାର ସମ୍ଭାବନା ଅଛି।
 
ମୋଦିଙ୍କ କ୍ୟାବିନେଟ୍‌ରେ ଯୋଗ ଦେବେ କି ବୋଲି ପଚାରନ୍ତେ, ଜଣେ ଜେଡି (ୟୁ) ନେତା କହିଲେ: ଏ ଭଳି ନିଷ୍ପତ୍ତି ସ୍ୱାଭାବିକ।
 
ବିହାର ସରକାରରେ ଆମେ ଏକତ୍ର ଥିବାବେଳେ ଆମ ଦଳ କେନ୍ଦ୍ର ସରକାରରେ ଯୋଗ ଦେବା ହିଁ ସ୍ୱାଭାବିକ।