17 January 2017
12:46:24 AM
Sambad News
ଦେଶ- ବିଦେଶ

ହରଡ଼ଘଣାରେ କଂଗ୍ରେସ ନେତ୍ରୀ ରମ୍ୟା

By Sambad | Date: Aug 23 2016 9:21PM
ହରଡ଼ଘଣାରେ କଂଗ୍ରେସ ନେତ୍ରୀ ରମ୍ୟା

ଚେନ୍ନାଇ: ପାକିସ୍ତାନକୁ ପ୍ରଶଂସା କରିବା ଅଭିନେତ୍ରୀରୁ ରାଜନେତ୍ରୀ ପାଲଟଥିବା କର୍ଣ୍ଣାଟକର  କଂଗ୍ରେସ ନେତ୍ରୀ ରମୟାଙ୍କ ପାଇଁ ମହଙ୍ଗା ପଡ଼ିଛି।  ଏଥିପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ  ମାମଲା ରୁଜ୍ଜୁ କରାଯାଇଛି। ସାର୍କ ଦେଶମାନଙ୍କର ଯୁବ ସାଂସଦଙ୍କ ବୈଠକରେ ଯୋଗ ଦେବା ପାଇଁ  ନିକଟରେ ପାକିସ୍ତାନ ଯାଇଥିବା କଂଗ୍ରେସର  ପୂର୍ବତନ ଲୋକସଭା ସାଂସଦ ରମୟା ପାକିସ୍ତାନ ଏବଂ ସେଠାକାର ଲୋକଙ୍କର  ବେଶ ପ୍ରଶଂସା କରିଥିଲେ।   ପାକିସ୍ତାନ ନର୍କ ସଦୃଶ ନୁହେଁ। ସେଠାକାର ଲୋକମାନଙ୍କ ବ୍ୟବହାର  ବହୁତ ଭଲ ହୋଇଥିବା ରମୟା କହିଥିଲେ। ପାକିସ୍ତାନକୁ ନର୍କ ସହ ତୁଳନା କରି ପ୍ରତିରକ୍ଷା ମନ୍ତ୍ରୀ ମନହୋର ପାରିକର  ଦେଇଥିବା ମନ୍ତବ୍ୟକୁ ବିରୋଧ କରି ରମୟା ଏହା କହିଥିଲେ। 
ଏପରି ମନ୍ତବ୍ୟ ଦେଇ ରମୟା ଦେଶର ଅପମାନ କରିଥିବା ଦର୍ଶାଇ ଆଇପିସି ଧାରା ୧୨୪(ଏ)  ଦେଶଦ୍ରୋହ ଏବଂ ଏବଂ ଧାରା ୫୧୧ ଆଧାରରେ କର୍ଣ୍ଣାଟକର ଜଣେ ଓକିଲ ସୋମଓ୍ଵାରପେତ କୋର୍ଟରେ  ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅସାନ୍ତା ୨୭ରେ କୋର୍ଟ ଏହାର ଶୁଣାଣି କରିବେ। ଅନ୍ୟପଟେ ଏହି ବ୍ରିଟିଶ  ଅମଳର ଏହି ଦେଶଦ୍ରୋହ ଆଇନ ଦ୍ୱାରା ବାକ୍‌ ସ୍ୱଧୀନତା ଅଧିକାର କ୍ଷୂର୍ଣ୍ଣ ହେଉଥିବା ଅନେକ ଯୁକ୍ତି ବାଢ଼ିଛନ୍ତି। ଫଳରେ ଏହାକୁ ନେଇ ବିବାଦ ଘନେଇବାରେ ଳାଗିଛି। ଅନ୍ୟପଟେ  ରମୟା ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ସେ କିଛି ଭୁଲ କଥା କହି ନାହାନ୍ତି। ସ୍ୱାଧୀନ ଭାରତରେ ସମସ୍ତଙ୍କ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବା ଅଧିକାର ରହିଛି। ଶାନ୍ତି ଏବଂ ଏକତା ପ୍ରତିଷ୍ଠା ପାଇଁ ସେ ଦେଇଥିବା ମନ୍ତବ୍ୟ ଆଦୌ ଭୁଲ ନୁହେଁ ବୋଲି ରମେୟା କହିଛନ୍ତି।
ରମେୟାଙ୍କ ପ୍ରକୃତ ନାମ ଦିବ୍ୟା ସ୍ପନ୍ଦନା ହୋଇଥିବା ବେଳେ ସେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ। ୨୦୧୧ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।