24 January 2017
10:33:34 AM
image
Sambad News
ରାଜନୀତି

ବିଜେଡି ଓ ବିଜେପି ଘୋଷଣା କଲେ ଷ୍ଟାର୍‌ କ୍ୟାମ୍ପନରଙ୍କ ତାଲିକା

ବିଜେଡିର ଓଲିଉଡ ବ୍ରିଗେଡ ତାଗଡା

By Sambad | Date: Jan 11 2017 7:11PM
ବିଜେଡି ଓ ବିଜେପି ଘୋଷଣା କଲେ ଷ୍ଟାର୍‌ କ୍ୟାମ୍ପନରଙ୍କ ତାଲିକା

ଭୁବନେଶ୍ୱର: ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହେବା ସହିତ ପଞ୍ଚାୟତ ନିର୍ବାଚନ ଲାଗି ବିଧିବଦ୍ଧ ଭାବେ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଛି। ଶାସକ ବିଜୁ ଜନତା ଦଳ (ବିଜେଡି) ଓ  ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଘୋଷଣା ହୋଇଛି ଷ୍ଟାର କ୍ୟାମ୍ପନରଙ୍କ ନାମ । ବିଜେଡି ପକ୍ଷରୁ ଜାରି କରାଯାଇଛି ଏକ ୪୦ ଜଣିଆ ପ୍ରଚରକ ତାଲିକା। ସେହିପରି ବିଜେପି ଜାରି କରିଛି ଏକ ୪୭ ଜଣିଆ ତାଲିକା। ବିଜେଡି ଓ ବିଜେପିର ଏହି  ପ୍ରଚାରକ ତାଲିକାରେ ଦଳର ପ୍ରମୁଖ ନେତା ସ୍ଥାନ  ପାଇଥିବା ବେଳେ ଓଲିଉଡ ତାରକାଙ୍କୁ  ମଧ୍ୟ ଭୋଟ ଭିକ୍ଷା ପାଇଁ ନିୟୋଜିତ କରାଯାଇଛି।
 
ବିଜେଡିର ଓଲିଉଡ ବ୍ରିଗେଡ କିନ୍ତୁ ତାଗଡ଼ା ରହିଛି। ଦଳୀୟ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତିଙ୍କ ସହିତ ଅଛନ୍ତି ବିଧାୟକ ଆକାଶ ଦାସ ନାୟକ। ଏଥି ସହ ଅଭିନେତା ମୁନ୍ନା ଖାଁ, ମିହିର ଦାସ, କୁନା ତ୍ରିପାଠୀ, ଅରିନ୍ଦମ ରାୟ ଓ ଗାୟିିକା ତୃପ୍ତି ଦାସ ଅଛନ୍ତି। ଅନ୍ୟପକ୍ଷରେ ବିଜେପିର ଓଲିଉଡ୍‌ ବ୍ରିଗେଡରେ ଅଛନ୍ତି ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନ।
 
ଅନ୍ୟପକ୍ଷରେ ଶାସକ ବିଜେଡିର ପ୍ରଚାରକ ତାଲିକାରେ ଏକ ନମ୍ବରରେ ଅଛନ୍ତି ବରିଷ୍ଠ ନେତା ତଥା ମନ୍ତ୍ରୀ ଡ଼ ଦାମୋଦର ରାଉତ। ତାଙ୍କ ପଛକୁ ଏ.ୟୁ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି। ସେହିପରି ବିଜେପିର ପ୍ରଚାରର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ୍‌ ଓ ଦଳର ସଭାପତି ବସନ୍ତ ପଣ୍ଡା ପ୍ରମୁଖ।