21 July 2017
2:09:50 AM
image
Sambad News
ରାଜନୀତି

ମହାନଦୀ ଜଳ ବିବାଦ : ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଉମାଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

By Sambad | Date: Aug 24 2016 3:27PM
ମହାନଦୀ ଜଳ ବିବାଦ : ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଉମାଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଂଗକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ବୁଧବାର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଭେଟିଛନ୍ତି। ଏନେଇ ନୂଆଦିଲ୍ଲୀର ଶ୍ରମଶକ୍ତି ଭବନରେ ଅନୁଷ୍ଠିତ ଏହି ସାକ୍ଷାତ ଆଲୋଚନା ଚକ୍ରରେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ପକ୍ଷରୁ ନିର୍ମାଣ କରାଯାଉଥିବା ବ୍ୟାରେଜ୍‌ ଯୋଗୁ ଓଡ଼ିଶାର ସ୍ୱାର୍ଥ ଯେଭଳି ବ୍ୟାହତ  ନ ହେଉ ସେଥିପ୍ରତି ଦୃଷ୍ଟିଦେବା ପାଇଁ ଜଳସଂପଦ ମନ୍ତ୍ରୀଙ୍କୁ ଏହି ପ୍ରତିନିଧି ଦଳ ଅନୁରୋଧ କରିଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ  ଓ ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।